Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛଅ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଏବଂ ପରେ ହତ୍ୟା !

ପାଟନା,୯|୨: ଛଅ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଏବଂ ପରେ ହତ୍ୟା ! ଏଭଳି ଅଭିଯୋଗ ଆସିଛି ବିହାରର ଦରଭଙ୍ଗା ସହରରୁ | ସୂଚନା ଅନୁଯାୟୀ,ଶନିବାର ସନ୍ଧ୍ୟାରେ ଶିଶୁଟି ସମାନ ବୟସର ଦୁଇ ଝିଅଙ୍କ ସହ ଖେଳିବା ପାଇଁ ଘରୁ ବାହାରି ଯାଇଥିଲା, କିନ୍ତୁ ସେ ଫେରି ନଥିଲା | ଯାହା ଫଳରେ ତାଙ୍କ ପରିବାର ସଦସ୍ୟମାନେ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇ ପଡ଼ିଥିଲେ । ଘଣ୍ଟା ଘଣ୍ଟା ପରେ ମଧ୍ୟ ଝିଅଟିର ପତ୍ତା ମିଳି ନ ଥିବାରୁ ସମ୍ପର୍କୀୟ ଏବଂ ପଡ଼ୋଶୀମାନେ ଭୟଭୀତ ହୋଇ ଝିଅଟିକୁ ଖୋଜିବା ଆରମ୍ଭ କରିଥିଲେ।

ଗତ ରବିବାର ଭୋର ସମୟରେ ଏକ ପୋଖରୀ ନିକଟରେ କୁକୁର ଭୁକିବା ଶବ୍ଦ ଶୁଣି ଗାଁ ଲୋକେ ସେଠାକୁ ଧାଇଁଯାଇ ବାଳିକା ଜଣକର ମୃତଦେହ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ପରେ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ | ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦରଭଙ୍ଗାର ବରିଷ୍ଠ ଏସ୍‌ପି ଯଦୁନାଥ ରେଡ୍ଡୀଙ୍କ ତତ୍ତ୍ୱାବଧାନରେ ତଦନ୍ତ ଜାରି ରହିଛି। ବାଳିକାଙ୍କୁ ଅପହରଣ କରିଥିବା ଅଭିଯୁକ୍ତଙ୍କୁ ଅନ୍ୟ ୨ ବାଳିକା ଚିହ୍ନିଥିବା କହିବାରୁ ପୋଲିସ ସେମାନଙ୍କୁ ସିସିଟିଭି ଫୁଟେଜ୍‌ ଦେଖାଇଥିଲା। ସେଥିରୁ ବିକାଶ ମାହାତୋ ନାମକ ଉକ୍ତ ଅଞ୍ଚଳର ଜଣେ ଯୁବକଙ୍କୁ ସେମାନେ ଚିହ୍ନଟ କରିଥିଲେ। ପୋଲିସ ବିକାଶଙ୍କୁ ଗିରଫ କରିଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ