ଦୋକାନ କାନ୍ଥ ଭାଙ୍ଗି ଲୁଟିନେଲେ କୋଟିଏ ଟଙ୍କାର ସୁନା ଗହଣା!
ସୋର,୧୦।୨ : ସୁନା ଦୋକାନର କାନ୍ଥ ଲକର ଭାଙ୍ଗି ଗହଣା ଲୁଟିନେଲେ ଦୁର୍ବୁତ୍ତ | ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହେଁ ପୁରା କୋଟିଏ ଟଙ୍କାର ସୁନା- ରୂପା ଗହଣା ଲୁଟିନେଲେ ଦୁର୍ବୁତ୍ତ | ବାଲେଶ୍ୱର ଜିଲ୍ଲା ସୋର ଥାନା ଫଟା ଅର୍ଜୁନ ଛକ ନିକଟରେ ଏଭଳି ଲୁଟ୍ ଘଟଣା ଘଟିଛି |
ସୂଚନା ଅନୁଯାୟୀ, ସୋର ଥାନା ଫଟା ଅର୍ଜୁନ ଛକରେ ରାଜେନ୍ଦ୍ର କୁମାର ସାହୁଙ୍କ ନୀଳମଣି ଜୁଏଲାରୀ ନାମକ ଏକ ଦୋକାନ ରହିଛି। ଗତ ରାତିରେ ଲୁଟେରା ମାନେ ଦୋକାନ କାନ୍ଥ ଭାଙ୍ଗି ଭିତରେ ପଶିଥିଲେ । ପ୍ରାୟ ୮୦ ଲକ୍ଷ ଟଙ୍କାର ସୁନା ସମେତ ୫ କିଲୋ ଓଜନର ରୂପା ଗହଣା ସହ ଏବଂ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି । ତେବେ ସକାଳ ହେବା ମାତ୍ରେ ମାଲିକ ଦୋକାନ ଖୋଲିବାକୁ ଆସିଥିବା ବେଳେ ଦୋକାନର ଏଭଳି ସ୍ଥିତି ଦେଖି ସେ ପୁରା ହତବାକ୍ । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟ୍ ଘଟଣାର ଛାନଭିନ କରୁଛି ।

