Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଶୁଅ ସେବା ସମବାୟ ସମିତିର ଟଙ୍କା ହଡ଼ପ ନେଇ ଚାଷୀଙ୍କ ଅଭିଯୋଗ

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ଶିଶୁଅ ସେବା ସମବାୟ ସମିତିର ସଂପାଦକ ୨୦୨୧-୨୨ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ରେ ଧାନ ଫସଲ କ୍ଷତି ର , ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ବିମାରାଶି,ଯେଉଁ ଚାଷୀଙ୍କ ନାମରେ ଆସିଥିଲା ତାଙ୍କୁ ନ ଦେଇ ନିଜେ ଆତ୍ମସାତ କରିଛନ୍ତି ବୋଲି,ସେହି ସମବାୟ ସମିତିର ଚାଷୀ ଅଭିଯୋଗ କରିଛନ୍ତି । ସଂପାଦକ ମହାଶୟ,ମଧ୍ୟ,ବହୁ ବେନାମୀ ପଟା ଦର୍ଶାଇ ବହୁ ଟଙ୍କା ମଧ୍ୟ ହଡ଼ପ କରିଛନ୍ତି । ଏ ବିଷୟରେ,ସଂପୃକ୍ତ ପଞ୍ଚାୟତର ଚାଷୀ,ଫସଲ ହାନି ଜନିତ,ବିମା ରାଶି ସମିତିର ସମ୍ପାଦକଙ୍କୁ ମାଗିବାରୁ ସେମାନଙ୍କୁ ଗାଳି ଗୁଲଚ କରିବା ସହ,ବିମା ରାଶିର ଶତକଡା ପନ୍ଦର ଭାଗ ଟଙ୍କା ବିଭାଗୀୟ ଅଫିସର ନେବେ ବୋଲି କହିବାରୁ ,ସେବା ସମବାୟ ସମିତିର ଚାଷୀ ମେଳି ହୋଇ,ଏହାର ତଦନ୍ତ ନିମନ୍ତେ ମ୍ୟାନେଜର ସମବାୟ ବ୍ୟାଙ୍କ ଅସ୍ତରଙ୍ଗ ଶାଖା, ଏ ଆର ସି ଏସ,ପୁରୀ,ଡି ଆର ସି ଏସ,ପୁରୀ ସର୍କଲ,ଭିଜିଲାନ୍ସ ଭୁବନେଶ୍ୱର ସର୍କଲ ,ଜିଲ୍ଲା ପାଳ ପୁରୀ,ରେଜିଷ୍ଟର ,ସମବାୟ ସମିତି,ଭୁବନେଶ୍ୱର,ଆଦି ଙ୍କୁ ଲିଖିତ ଭାବେ ଏହାର ତଦନ୍ତ ନିମନ୍ତେ ଜଣାଇଛନ୍ତି । ଆହୁରି ମଧ୍ୟ ପ୍ରକୃତ ଚାଷୀ ଙ୍କର ଧାନ ମଣ୍ଡିରେ ଦେବା ପାଇଁ ପଞ୍ଜୀକୃତ ନ କରି, ଚଞ୍ଚକତା ଭାବେ,ଅନ ଲାଇନରେ ପଟା ଦର୍ଶାଇ ବ୍ୟବସାୟୀ ମାନଙ୍କ ଠାରୁ ଧାନ କିଣି ଚାଷୀଙ୍କ ସମବାୟ ସେମିତି କୁ, ବ୍ୟବସାୟ ଙ୍କର ସମିତି ଭାବେ ନାମିତ କରି,ସେହି ବ୍ୟବସାୟୀ ଙ୍କ ନାମରେ ଆଇଡି ଖୋଲି ସେଥିରୁ ମଧ୍ୟ ହଜାର ହଜାର ଅର୍ଥ ଆଦାୟ ହେଉଥିବା ଅଭିଯୋଗ ହୋଇ ଅଛି । ସମିତିର କାର୍ଯ୍ୟାଳୟ ପଞ୍ଚାୟତ ର ମୁଖ୍ୟ କାର୍ଯ୍ୟାଳୟ ଠାରେ ନ ଖୋଲି ନିଜ ଘରେ ଅଫିସ ଖୋଲି ତାଙ୍କର ବ୍ୟବସାୟ ର ପସରା ମେଲାଇଥିବା ବେଳେ,ଯଦି କୌଣସି ଚାଷୀ ଅଭିଯୋଗ କରନ୍ତି,ତାଙ୍କୁ ନାଲି ଆଖି ଦେଖାଇ କେଶର ଧମକ ଦେଉଛନ୍ତି । ଏହାର ତଦନ୍ତ ନିମନ୍ତେ,ତ୍ରିଲୋଚନ ବେହେରା,ଲଛମନ ପ୍ରଧାନ,ସଦାଶିବ ନାୟକ ଙ୍କ ସମେତ ବହୁ ଚାଷୀ ସମବାୟ ବିଭାଗ ର ଦୃଷ୍ଟି ଆକର୍ଷଣ କରିବା ସହ ଏହାର ତଦନ୍ତ କରି ଦୋଷୀ ସମ୍ପାଦକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।