Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ତ୍ରୀ ଖୋଲି କହିଦେଲେ ସବୁ ସତ! ଖୋଲିଗଲା ଅଭିଯୁକ୍ତ ଦିନେଶର ଅସଲି ମୁଖା: ଲିଜା ପ୍ରେମରେ ପଡି ମୋତେ ଆଉ ଝିଅକୁ ପଚାରିଲାନି

ଜଗତସିଂହପୁର,୧୧|୨: ୧୦ ବର୍ଷ ତଳେ ହୋଇଥିଲା ପ୍ରେମ ବିବାହ । ଘରେ ରହିଛନ୍ତି ସ୍ତ୍ରୀ ଏବଂ ଝିଅ | କିନ୍ତୁ ପ୍ରେମର ନିଶା ତାଙ୍କୁ ଏଭଳି ପାଗଳ କଲା ଶେଷରେ ସେ ଲିଜାଙ୍କ ପ୍ରେମରେ ପଡିଲେ | ପରିସ୍ଥିତି ଏଭଳି ହେଲା ଶେଷରେ ସେ ଆଉ ନିଜ ଝିଅ ଏବଂ ସ୍ତ୍ରୀଙ୍କ ପାଖକୁ ଆଉ ଫେରିଲେ ନାହିଁ | ତେବେ କିଛି ଦିନ ହେବ ଦିନେଶ ଲିଜା ସହିତ ସମ୍ପର୍କ ରଖି ଆଉ ନିୟମିତ ଘରକୁ ଆସୁନଥିବା ସହ ସ୍ତ୍ରୀ ଓ ଝିଅଙ୍କୁ ପଚାରୁ ନଥିଲା ବୋଲି ତାର ସ୍ତ୍ରୀ ମାମାଲି ପୋଲିସର ପଚରାଉଚୁରା କରିବା ସମୟରେ କହିଛନ୍ତି । ମାମାଲିଙ୍କ କହିବା ଅନୁଯାୟୀ, ଦିନେଶ ଡ୍ରାଇଭର ଭାବରେ ପ୍ରଥମେ କଟକ ଏବଂ ପରେ ଭୁବନେଶ୍ୱର ଯାଇ କାମ କରୁଥିଲା । କିନ୍ତୁ ଲିଜା ସହିତ ସମ୍ପର୍କ ରଖିବା ପରେ ତାର ପରିବାର ଉଜୁଡି ଯାଇଥିବା ନେଇ ସେ ସ୍ପଷ୍ଟ ଭାବେ କହିଛନ୍ତି ।

ସୂଚନା ଯୋଗ୍ୟ, ଭୁବନେଶ୍ୱର ନୀଳାଦ୍ରି ବିହାର ତ୍ରୀକୋଣୀୟ ପ୍ରେମରେ, ସତ୍ୟବ୍ରତ ହତ୍ୟା କାଣ୍ଡ ମାମଲାରେ ଅଭିଯୁକ୍ତ ହତ୍ୟାକାରୀ ଦିନେଶ ନାୟକ ଗତକାଲି ରାତି ୯ ଟା ଆଡେ ଜଗତସିଂହପୁର ସଦର ଥାନାରେ ଆତ୍ମସମର୍ପଣ ଆକରିଥିବା ଜଣାପଡିଛି । ତେବେ ଏହି ତ୍ରିକୋଣୀୟ ପ୍ରେମରୁ ଘଟିଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦିନେଶ ହେଉଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅରିଲୋ ଗାଁର ବାସିନ୍ଦା ।

ସୂଚନା ଅନୁସାରେ, ଗତକାଲି ରାତିରେ ଦିନେଶ ଚାଲି ଚାଲି ଆସି ଜଗତସିଂହପୁର ସଦର ଥାନାରେ ପହଞ୍ଚି ଥିଲେ ଏବଂ ପରେ ଦାୟିତ୍ବରେ ଥିବା ଡିସିଓଙ୍କୁ ଭେଟି କହିଥିଲାଯେ,”ମୁଁ ମର୍ଡର କରିଛି ଏବଂ ମୁଁ ସରେଣ୍ଡର କରିବି ବୋଲି ମଧ୍ୟ କହିଥିଲା ।” ସୂଚନା ପାଇ କମିଶନରେଟ ପୋଲିସ ଜଗତସିଂହପୁର ପହଞ୍ଚି ଦିନେଶକୁ ସେଠାରୁ ଭୁବନେଶ୍ୱରକୁ ଆଣିଛି। ଏହି ହତ୍ୟାକାଣ୍ଡ ଘଟଣାର ଅଧିକ ତଦନ୍ତ କରାଯିବା ସହ ଅଭିଯୁକ୍ତ ର ଟି ଆଇ ପ୍ୟାରେଡ଼ କରାଯିବ ବୋଲି ସୂଚନା ରହିଛି | ତେବେ ଦିନେଶର ବାପା ମାଆ ପୂର୍ବରୁ ମୃତ୍ୟୁ ବରଣ କରିଥିବା ବେଳେ ଘରେ ତାର ସ୍ତ୍ରୀ ଏବଂ ଜଣେ ନା ବାଳିକା ଝିଅ ରହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ