Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

PUCC ନିୟମ ବାଧ୍ୟତାମୂଳକ! ଟୋଲ୍ ଗେଟରେ ଫାଇନ୍ କୁ କମ କରିବାକୁ ଚାଲିଛି ଯୋଜନା

ପିୟୁସିସି କୁ ନେଇ ବଡ ସୂଚନା | ଟୋଲ୍ ଗେଟରେ PUCC ଫାଇନ୍ କୁ କମ କରିବାକୁ ଚାଲିଛି ଯୋଜନା। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ତେବେ ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ଏବେ ଟୋଲ୍‌ ଗେଟ୍‌ରେ ପିୟୁସିସି ଫାଇନ୍‌ କମାଇବା ପାଇଁ ଯୋଜନା ଚାଲିଛି। ୧୦ ହଜାର ଟଙ୍କା ଫାଇନ୍ କୁ କମ୍ କରିବା ବିଷୟରେ ଆଲୋଚନା ଜାରି ରହିଛି । ସୂଚନା ରହିଛିଯେ, ରାଜ୍ୟରେ ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧିକୁ ନେଇ ପିୟୁସିସି ନିୟମକୁ କଡାକଡି କରାଯାଇଥିଲା। ଯେଉଁ ମାନଙ୍କର ଯାନବାହାନ ରହିଛି, ସରକାରଙ୍କ ପକ୍ଷରୁ ସେମାନଙ୍କୁ ପିୟୁସିସି କରିବାକୁ କୁହାଯାଇଥିଲା।

ଏହା ସହିତ ଚାଲାଣ କଟିଥିଲେ ମଧ୍ୟ ଚାଳକଙ୍କୁ PUCC ସାର୍ଟିଫିକେଟ ମିଳିବ । ରାଜ୍ୟ ସରକାରଙ୍କ ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି ହାଇକୋର୍ଟ । BAHAN ପୋର୍ଟାଲରେ କୌଣସି ଚାଳକ ଯେପରି ଅସୁବିଧାରେ ସମ୍ମୁଖୀନ ନ ହୁଅନ୍ତି ତାହା ଉପରେ ପଦକ୍ଷେପ ନେବାକୁ ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସ୍ବତନ୍ତ୍ର ବିଜ୍ଞପ୍ତି ଜାରି କରିବାକୁ ରାଜ୍ୟ ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । . ସେହିପରି ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ ମଧ୍ୟ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲ। ଏନେଇ କୋର୍ଟଙ୍କୁ ରାଜ୍ୟ ସରକାର ଅବଗତ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ