Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଭାରତ ବନ୍ଦ ଡାକରା ! ବଜାର, ଯାନବାହନ, ସ୍କୁଲ, କଲେଜ ସବୁ ବନ୍ଦ

ଭୁବନେଶ୍ୱର ୧୨|୨: ଆଜି ଟ୍ରେଡ୍ ୟୁନିଅନ ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା । ଯାନବାହନ,ବଜାର, ସ୍କୁଲ, କଲେଜ ସବୁ ରହିବ ବନ୍ଦ | ଏହି ବନ୍ଦ ପ୍ରଭାବରେ ବନ୍ଦ ରହିପାରେ ବ୍ୟାଙ୍କ,ପୋଷ୍ଟାଲ ଅଫିସ ଏବଂ ପେଟ୍ରୋଲ ପମ୍ପ । ଖୋଲା ରହିବ ସରକାରୀ ଅଫିସ, ଚାଲିବ ଅତ୍ୟାବଶ୍ୟକ ସେବା । ଏହି ଭାରତ ବନ୍ଦ ଡାକରାକୁ କଂଗ୍ରେସ, ଏବଂ ବିଜେଡିର ପୂର୍ଣ୍ଣ ସମର୍ଥନ ।

ଶ୍ରମିକ ସଂଗଠନ ଏବଂ ବାମପନ୍ଥୀ ଦଳ ପକ୍ଷରୁ ବନ୍ଦ ଡାକରା । ବ୍ୟାଙ୍କ, ବିଜୁ ଶ୍ରମିକ ସାମ୍ମୁଖ୍ୟ, ଓ କଂଗ୍ରେସର ସମର୍ଥନ । ବୀମା, ପୋଷ୍ଟାଲ, ପରିବହନ ଏବଂ ନିର୍ମାଣ କର୍ମଚାରୀ ଏହି ଧର୍ମଘଟରେ ମଧ୍ୟ ସାମିଲ ହେବେ । ଖଣି ଓ ଶିଳ୍ପାଞ୍ଚଳ ଆଦିରେ କାର୍ଯ୍ୟ କରିବାରୁ ବିରତ ରହିବେ ଶ୍ରମିକ | ହାଟବଜାର ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ଝୁଲିବ ତାଲା । ଏହି ସର୍ବ ଭାରତୀୟ ଧର୍ମଘଟକୁ ୫ ବାମପନ୍ଥୀ ଦଳ ଓ ୧୪ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ (ସିଟିୟୁ) ଏବଂ ସ୍ବାଧୀନ ସର୍ବଭାରତୀୟ ଫେଡେରେସନକୁ ନେଇ ଗଠିତ ଟ୍ରେଡ ୟୁନିୟନର ମିଳିତ ମଞ୍ଚ ପରିଚାଳନା କରିବ।

ତେବେ ବିଜୁ ଶ୍ରମିକ ସାମ୍ମୁଖ୍ୟ ଏହି ଧର୍ମଘଟ ଡାକରାକୁ ନୈତିକ ସମର୍ଥନ ଜଣାଇଛି। ଟ୍ରେଡ୍ ୟୁନିୟନ ଓ ବାମପନ୍ଥୀ ଦଳଗୁଡ଼ିକ ସହ କଂଗ୍ରେସ ମଧ୍ୟ ହରତାଳରେ ସାମିଲ ହେବ ବୋଲି ସୂଚନା ଦେଇଛି । ପରିସ୍ଥିତି ଦେଖି ସବୁ ଯାତ୍ରୀବାହୀ ବସ୍ ସେବା ବନ୍ଦ ହୋଇଛି | ସ୍କୁଲ କଲେଜ ବି ବନ୍ଦ ରହିଛି ।

ଟ୍ରେଡ୍ ୟୁନିଅନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ଧ୍ୟାନରେ ରଖି ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଏବଂ କୃଷି ଭବନ ସହ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ଅଫିସରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବା ପାଇଁ ପରାମର୍ଶ ଦିଆଯାଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ