ଆଜି ଭାରତ ବନ୍ଦ ଡାକରା ! ରାସ୍ତାରେ ଅଟକିଲା ବର ଗାଡ଼ି
ଭୁବନେଶ୍ୱର ୧୨|୨: ଆଜି ଭାରତ ବନ୍ଦ | ବିଭିନ୍ନ ଟ୍ରେଡ୍ ୟୁନିଅନ ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା | ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା । ଯାନବାହନ,ବଜାର, ସ୍କୁଲ, କଲେଜ ସବୁ ରହିବ ବନ୍ଦ | ବ୍ୟାଙ୍କ,ପୋଷ୍ଟାଲ ଅଫିସ ଏବଂ ପେଟ୍ରୋଲ ପମ୍ପ ଉପରେ ପଡିବ ପ୍ରଭାବ। ତେବେ ଏହା ମଧ୍ୟରେ ଏକ ରୋଚକ ପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି | ”ଭାରତ ବନ୍ଦ” ରେ ଫସିଲେ ବର! ରାସ୍ତା ମଝିରେ ବରକୁ ଅଟକାଇ ଦିଆଯାଇଛି | ବାଲେଶ୍ବର ସୋରରୁ ଖୋର୍ଦ୍ଧାକୁ ବାହାଘର ପାଇଁ ଆସୁଥିବା ବରଗାଡିକୁ ଅଟକାଯାଇଛି |
ଭୁବନେଶ୍ୱର, ଜୟଦେବ ବିହାର ମୁଖ୍ୟ ରାସ୍ତାରେ ବର ଗାଡିକୁ ବିକ୍ଷୋଭକାରୀ ମାନେ ଅଟକାଇଥିଲେ। କିଛି ସମୟ ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ଆଲୋଚାନା ପରେ, କିଛି ସମୟ ପରେ ବର ଓ ବରଯାତ୍ରୀକୁ ରାସ୍ତା ଛାଡ଼ିଥିଲେ ବିକ୍ଷୋଭକାରୀ ମାନେ । ବର ବେଶରେ ସଜେଇ ହୋଇଥିବା ଯୁବକ ଜଣକ ହେଉଛନ୍ତି ଅବଦ୍ଦୁଲ ଫାଇମ୍ ଖାନ୍। ଏହି ଉତ୍ତେଜନାକୁ ନେଇ ବର କହିଛନ୍ତି ଯେ, ବନ୍ଦ ସଂପର୍କରେ କୌଣସି କଥା ମୁଁ ଜାଣିନଥିଲି । ବିବାହ କରିବାକୁ ଆମେ ଖୋର୍ଦ୍ଧା ଯାଉଥିଲୁ ।
ଅନ୍ୟପଟେ, ସମସ୍ତ ସରକାରୀ ଅଫିସ ଖୋଲା ରହିବ, ଚାଲିବ ଅତ୍ୟାବଶ୍ୟକ ସେବା । ତେବେ ଏହି ଭାରତ ବନ୍ଦ ଡାକରାକୁ କଂଗ୍ରେସ, ଏବଂ ବିଜେଡିର ପୂର୍ଣ୍ଣ ସମର୍ଥନ ରହିଛି । ଜରୁରୀ କାଳୀନ ସେବା ଯଥା ଆମ୍ବୁଲାନ୍ସ , ଔଷଧ ଦୋକାନ,କ୍ଷୀର ଗାଡି ଆଦିକୁ ଛାଡିଦେଲେ ବାକି ସବୁ ସେବା ଉପରେ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି | ସବୁ ଯାତ୍ରୀବାହୀ ବସ୍ ସେବା ବନ୍ଦ ହୋଇଛି | ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି । ସହ ସହ ଗାଡି ରାସ୍ତାରେ ଅଟକି ରହିଛି | ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି |

