Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିନ୍ନର ଅଞ୍ଜଳି ହତ୍ୟା ମାମଲା! ପୋଲିସର ଏନକାଉଣ୍ଟରରେ ହତ୍ୟାକାରୀ କ୍ରିଷ୍ଣା କାଣ୍ଡି ଆହତ

ପିପିଲି,୧୨|୨: ଗୁଳିମାଡ଼ରେ ଆହତ ହୋଇଛି କିନ୍ନର ଅଞ୍ଜଳି ହତ୍ୟାକାଣ୍ଡ ଘଟଣାର ହତ୍ୟାକାରୀ କ୍ରିଷ୍ଣା କାଣ୍ଡି। ଗତ ବୁଧବାର ପିପିଲିରେ ପୋଲିସ ଏନକାଉଣ୍ଟର କରିଛି ଅପରାଧୀ କ୍ରିଷ୍ଣା କାଣ୍ଡିକୁ । ଏନକାଉଣ୍ଟରରେ କ୍ରିଷ୍ଣାର ବାମ ଗୋଡ଼ରେ ଗୁଳି ବାଜିବା ଯୋଗୁଁ ଆହତ ହୋଇଛି | ଏହାପରେ ତାକୁ ଚିକିତ୍ସା ପାଇଁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ତେବେ କ୍ରିଷ୍ଣାକୁ ଧରିବାକୁ ଯାଇଥିବା ବେଳେ ସେ ପୋଲିସ ଉପରକୁ ପ୍ରଥମେ ଗୁଳି ଚଳାଇଥିଲା ବୋଲି ଜଣାପଡିଛି । ଏହା ପରେ ପୋଲିସ ପାଲଟ ଗୁଳି ଚଳାଇଥିଲା ଯେଉଁଥରେ ଆହତ ହୋଇଥିଲା ଅପରାଧୀ କ୍ରିଷ୍ଣା। ଏବେ ଅପରାଧୀ କ୍ରିଷ୍ଣା ଧରାପଡ଼ିବା ପରେ ଏବେ କିନ୍ନର ଅଞ୍ଜଳି ହତ୍ୟା ମାମଲାର ପର୍ଦାଫାଶ ହେବା ନେଇ ଆଶା କରାଯାଉଛି।

ସୂଚାନଯୋଗ୍ୟ, ଚଳିତ ଫେବ୍ରୁଆରୀ ୧ ତାରିଖ ଦିନ ପୁରୀ- ଭୁବନେଶ୍ଵର ରାସ୍ତାର ଉତ୍ତରାଛକ ନିକଟରେ କିନ୍ନର ଅଞ୍ଜଳିଙ୍କ ହତ୍ୟା ହୋଇଥିଲା। ପୋଲିସର ତଦନ୍ତ ପରେ ମୃତ କିନ୍ନର ସାଲେପୁରର ନିବାସୀ ଅଞ୍ଜଲି ବୋଲି ଜଣାପଡ଼ିଥିଲା। ତାଙ୍କୁ ଦୁଇ ଦୁବୃର୍ତ୍ତ ବାଇକରେ ଆସି ଛୁରୀ ଦ୍ଵାରା ହତ୍ୟା କରିଥିଲେ। ଏହା ପରେ ଅଞ୍ଜଳି ମରିଯାଇଥିବା ଭାବି ଏକ ବାଲି ଗଦାରେ ଫୋପାଡି ଦେଇ ଚାଲିଯାଇଥିଲେ ଦୁର୍ବୃତ୍ତ।

କିନ୍ତୁ ପରବର୍ତ୍ତୀ ସମୟରେ ଅଞ୍ଜଳି ନିଜେ ଉଠି ନିକଟବର୍ତ୍ତୀ ରାସ୍ତାରେ ଥିବା ତାଙ୍କର ସହଯୋଗୀ ମାନଙ୍କୁ ଫୋନ ଦ୍ୱାରା ଘଟଣା ବିଷୟରେ ସବୁ ତଥ୍ୟ ଜଣାଇଥିଲେ । ଅଞ୍ଜଳିଙ୍କ ସହଯୋଗୀ ତାଙ୍କୁ କିନ୍ନର ମାନେ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଘଟଣା ସ୍ଥଳରେ ପିପିଲି ଓ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାକୁ ନେଇ ରାଜ୍ୟ କିନ୍ନର ସଂଘ ପକ୍ଷରୁ ତୀବ୍ର ପ୍ରତିବାଦ ମଧ୍ୟ କରାଯାଇଥିଲା। ଏହା ସହିତ ସଂଘ ପକ୍ଷରୁ ମୃତକଙ୍କୁ ନ୍ୟାୟ ଦାବିରେ ରାଲି ମଧ୍ୟ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ