Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁଲ୍‌ ଚୁଟି କଟା ପାଇଁ ଦେଲେ କ୍ଷତିପୂରଣ! ୨ କୋଟିରୁ ୨୫ଲକ୍ଷକୁ ହ୍ରାସ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜଣେ ମହିଳାଙ୍କ ଚୁଟି କାଟିବାରେ ସେଲୁନ ଭୁଲ୍ ପାଇଁ ଏକ ବିଳାସପୂର୍ଣ୍ଣ ହୋଟେଲ୍‌ର ସେଲୁନ୍‌ ଉପରେ ଜାତୀୟ ଗ୍ରାହକ ବିବାଦ ସମାଧାନ କମିସନ ୨କୋଟି ଟଙ୍କାର କ୍ଷତି ପୂରଣ ଧାର୍ଯ୍ୟ କରିଥଲେ । ଆଉ ପରେ ସେ ବିବାଦ ସୁପ୍ରିକୋର୍ଟକୁ ଯାଇଥିଲା । ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରି ୨କୋଟିରୁ ୨୫ ଲକ୍ଷ ଟଙ୍କାକୁ ହ୍ରାସ କରିଛନ୍ତି। ଫେବୃୟାରୀ ୬ ତାରିଖରେ ସୁପ୍ରିମକୋର୍ଟ ବିଚାରପତି ରାଜେଶ ବିନ୍ଦାଲ ଏବଂ ବିଚାରପତି ମନମୋହନ ମାଲହୋତ୍ରାଙ୍କୁ ନେଇ ଗଠିତ ଖଣ୍ଡ ପୀଠ କ୍ଷତିପୂରଣ ରାଶିକୁ ହ୍ରାସ କରିଛନ୍ତି।

ସୁପ୍ରିମକୋର୍ଟଙ୍କ କହିବା ଅନୁସାରେ, ମହିଳାଙ୍କୁ ଯେଉଁ ସେବା ମିଳିବା କଥା ସେଥିରେ ତ୍ରୁଟି ହୋଇଛି। ତେବେ କମିସନ ଯେଉଁ କ୍ଷତିପୂରଣ ଧାର୍ଯ୍ୟ କରିଛନ୍ତି ତାହା ମଧ୍ୟ ଉଚିତ ଯୋଗ୍ୟ ହେବ ନାହିଁ। କାରଣ କୌଣସି କ୍ଷତି ପାଇଁ କୋଟି କୋଟି ଟଙ୍କାର କ୍ଷତିପୂରଣ ଧାର୍ଯ୍ୟ କରିବା ପୂର୍ବରୁ ଏହାର ବୈଧ କାରଣ ରହିବା ମଧ୍ୟ ଆବଶ୍ୟକ। କ୍ଷତିପୂରଣ ଧାର୍ଯ୍ୟ ପୂର୍ବରୁ ଏହାର ଏକ ଆକଳନ ବା ହିସାବ କରାଯିବା ଦରକାର ଥିଲା। ମନ ଇଚ୍ଛା ଧାର୍ଯ୍ୟ କରାଯିବା ଠିକ୍ ନୁହେଁ।

ସୂଚନା ଅନୁସାରେ, ଆଶନ ରୟ ନାମକ ଜଣେ ମହିଳା ୨୦୧୮ ମସିହାରେ ଚୁଟି କାଟିବା ଉଦ୍ଦେଶ୍ୟରେ ଏକ ବିଳାସପୂର୍ଣ୍ଣ ହୋଟେଲର ସେଲୁନ୍‌କୁ ଯାଇଥିଲେ। ସେ ତାଙ୍କ ଚୁଟିକୁ ତଳୁ ମାତ୍ର ୪ ଇଞ୍ଚ ପର୍ଯ୍ୟନ୍ତ କାଟିବାକୁ କହିଥିଲେ। କିନ୍ତୁ ହେୟାରଡ୍ରେସନର ମହିଳାଙ୍କର ୪ଇଞ୍ଚ ଚୁଟି ରଖି ବାକି ଅବଶିଷ୍ଟ ଚୁଟିକୁ କାଟି ଦେଇଥିଲେ। ଏହି ଘଟଣାରେ ଆଶନ ଗ୍ରାହକ ବିବାଦ ପ୍ରଶମନ କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। ଚୁଟି ସବୁ କଟା ହୋଇଯାଇଥିବା ଦେଖି ଆଶନ ମାନସିକ ଭାରସାମ୍ୟ ହରାଇ ଥିଲେ। ଏହାର ବିଚାର କରି କମିସନ ୨କୋଟି ଟଙ୍କା କ୍ଷତିପୂରଣ ଧାର୍ଯ୍ୟ କରିଥିଲଲେ ପରେ ହୋଟେଲ ମାଲିକ ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ। ତେବେ ସୁପ୍ରିମକୋର୍ଟ ଏହି ମାମଲାରେ ପୁର୍ବରୁ ଥିବା ୨କୋଟି କ୍ଷତିପୂରଣରୁ ୨୫ଲକ୍ଷକୁ ହ୍ରାସ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories