Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୁଷରେ ବନ୍ଦ ହେବ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ!

ନୂଆଦିଲ୍ଲୀ,୧୨|୨: ରୁଷରେ ସୋସିଆଲ ମିଡିଆ ଉପରେ କଟକଣା ଲାଗୁ କରାଯାଇଛି | ପୁଟିନ ସରକାର ହ୍ୱାଟସଆପ୍, ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ସହ ଅନ୍ୟାନ୍ୟ ବିଦେଶୀ ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାରକୁ ନିଷିଦ୍ଧ କରିଛନ୍ତି। ସୂଚନା ଅନୁସାରେ, ପ୍ରାୟ ୧୦୦ ନିୟୁତ ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ ବ୍ଲକ କରାଯାଇଛି | ଏହା ସହିତ ରୁଷୀୟ ନାଗରିକମାନଙ୍କୁ ଘରୋଇ ସୋସିଆଲ ନେଟୱାର୍କିଂ ସାଇଟ୍ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା ମଧ୍ୟ କରାଯାଇଛି। ଜନସାଧାରଣଙ୍କ ଗୋପନୀୟତାକୁ ସୁରକ୍ଷା ଦେବା ଏବଂ ଅପବ୍ୟବହାର ହୋଇପାରୁଥିବା ବ୍ୟକ୍ତିଗତ ତଥ୍ୟର ଲିକ୍‌ କୁ ରୋକିବା ପାଇଁ ସାମାଜିକ ଗଣମାଧ୍ୟମକୁ ନିଷେଧ କରାଯିବାର ନିଷ୍ପତ୍ତି ନିଆଯାଇଛି |

ଏନେଇ ପୁଟିନ ସରକାରଙ୍କ ପକ୍ଷରୁ ଏକ ସ୍ଥାନୀୟ ସୋସିଆଲ ନେଟୱାର୍କିଂ ସାଇଟର ପରୀକ୍ଷଣ ମଧ୍ୟ କରାଯାଇଛି | ଯାହା ଖୁବ୍ ଶୀଘ୍ର ଲଞ୍ଚ ହେବାର ରହିଛି । ସରକାରଙ୍କ କହିବାନୁଯାୟୀ, ସ୍ଥାନୀୟ ମେସେଜିଂ ଏବଂ ମନୋରଞ୍ଜନ ଆପ୍ ଅଧିକ ସୁରକ୍ଷିତ ଏବଂ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ହେବ। ଯାହା ବ୍ୟକ୍ତିଗତ ତଥ୍ୟ ଲିକ୍ କୁ ରୋକିବା ସହିତ ଗୋପନୀୟତା ମଧ୍ୟ ବଜାୟ ରଖିବ। ଏହା ପରେ, ଦେଶର ଜାତୀୟ ଡୋମେନ୍ ନେମ୍ ସିଷ୍ଟମ୍ (DNS) ରୁ ବିଦେଶୀ ସୋସିଆଲ ନେଟୱାର୍କିଂ ସାଇଟର ଡୋମେନ୍ ଗୁଡ଼ିକୁ ହଟାଇ ଦିଆଯାଇଛି।

ସୋସିଆଲ ମିଡ଼ିଆ ହ୍ୱାଟସଆପ୍, ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ବ୍ୟତୀତ, ରୁଷରେ ବିବିସି, ଡଚେ ୱେଲେ, ରେଡିଓ ଫ୍ରି ୟୁରୋପ,ଏବଂ ଅନ୍ୟାନ୍ୟ ଅଜ୍ଞାତ ଟୋର୍ ବ୍ରାଉଜରକୁ ମଧ୍ୟ ବ୍ଲକ କରାଯାଇଛି। ଏହା ସହିତ ସରକାର ସମସ୍ତ ଇଣ୍ଟରନେଟ୍ ପ୍ରଦାନକାରୀଙ୍କୁ ଜାତୀୟ ଡୋମେନ୍ ନାମ ସିଷ୍ଟମ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି,| ଗତ ୨୦୨୧ ମସିହାରେ, ରୁଷରେ ଗୁଗୁଲ୍ ଡିଏନଏସ୍ ସମେତ ଅନ୍ୟାନ୍ୟ ଡିଏନଏସ୍ ସିଷ୍ଟମର ବ୍ୟବହାର କରିବାକୁ ବାରଣ କରାଯାଇଥିଲା |

ସୂଚନା ଯୋଗ୍ୟ ଯେ, ରୁଷର ପୁଟିନ୍ ସରକାର ସୋସିଆଲ ମିଡିଆକୁ ନିଷେଧ ଘୋଷଣା କରିଛନ୍ତି | ଏହାପୂର୍ବରୁ ଡେନମାର୍କ, ଫ୍ରାନ୍ସ ଏବଂ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରିଛନ୍ତି। ସ୍ପେନିସ୍ ସରକାର ମଧ୍ୟ ୧୬ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଉପରେ ନିଷେଧ ଘୋଷଣା କରିଛନ୍ତି। ଏବେ ଭାରତରେ ମଧ୍ୟ, ପିଲା ଏବଂ ନାବାଳକମାନଙ୍କ ପାଇଁ ସୋସିଆଲ ମିଡିଆକୁ ନିଷେଧ କରିବା ପାଇଁ ଦାବି କରାଯାଉଛି, କାରଣ ଏହା ଆଗାମୀ ସମୟରେ ଛୁଆ ମାନଙ୍କ ଭବିଷ୍ୟତକୁ ବିପଦରେ ପକାଉଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories