Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ‘ସେବା ତୀର୍ଥ’ ସହ ‘କର୍ତ୍ତବ୍ୟ ଭବନ-୧ ଓ ୨’ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ!

ନୂଆଦିଲ୍ଲୀ,୧୩|୧: ଆଜି ଦିଲ୍ଲୀରେ,ଅପରାହ୍ନ ପ୍ରାୟ ୧ଟା ୩୦ରେ ‘ସେବା ତୀର୍ଥ’ ଭବନ ପରିସରର ନାମ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେବା ତୀର୍ଥ ସହିତ କର୍ତ୍ତବ୍ୟ ଭବନ ୧ ଏବଂ ୨ର ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ଏହା ସହିତ ସନ୍ଧ୍ୟା ୬ଟା ସମୟରେ ‘ସେବା ତୀର୍ଥ’ଠାରେ ଏକ ସାଧାରଣ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ। ଏନେଇ PMO ପକ୍ଷରୁ ସୂଚନା ରହିଛି।

ସେବା ତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଏବଂ କ୍ୟାବିନେଟ ସଚିବାଳୟ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଯାହା ପୂର୍ବରୁ ଅନ୍ୟତ୍ର ସ୍ଥାନ ମାନଙ୍କରେ ରହିଥିଲା | ଦୀର୍ଘ ବର୍ଷ ହେବ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ଏବଂ ମନ୍ତ୍ରଣାଳୟ ସେଣ୍ଟ୍ରାଲ ଭିଷ୍ଟା ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ରହିଥିଲା।

ସୂଚନା ଅନୁସାରେ, କର୍ତ୍ତବ୍ୟ ଭବନ-୧ ଏବଂ କର୍ତ୍ତବ୍ୟ ଭବନ-୨ ରେ ଅର୍ଥ, ପ୍ରତିରକ୍ଷା. ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, କର୍ପୋରେଟ୍ ବ୍ୟାପାର, ଶିକ୍ଷା, ସଂସ୍କୃତି, ଆଇନ ଏବଂ ନ୍ୟାୟ, ସୂଚନା ଏବଂ ପ୍ରସାରଣ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ , ରସାୟନ ଏବଂ ସାର ମନ୍ତ୍ରଣାଳୟ ସମେତ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ରହିଛି।

ତେବେ ଉଭୟ କୋଠାରେ ଡିଜିଟାଲ୍ ବ୍ୟବସ୍ଥା ଭିତ୍ତିଭୂମିର ମଧ୍ୟ ସୁବିଧା ରହିଛି । ଏହି କ୍ୟାମ୍ପସଗୁଡ଼ିକରେ ଅକ୍ଷୟ ଶକ୍ତି ପ୍ରଣାଳୀ, ଜଳ ସଂରକ୍ଷଣ, ବର୍ଜ୍ୟବସ୍ତୁ ପରିଚାଳନା ସମାଧାନ ଆଦି ବ୍ୟବସ୍ଥା କରାଯାଇଛି। ପିଏମଓ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୋସିଆଲ ମିଡ଼ିଆ ଏକ୍ସ ରେ ଏହି ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ