Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକାଦଶ ଶ୍ରେଣୀ ଛାତ୍ରୀଙ୍କୁ ୪ଟି କାରରେ ଗଣଦୁଷ୍କର୍ମ! ଭିଡିଓ ଭାଇରାଲ, ପରିଣାମ ଭୋଗିବାକୁ ଧମକ

ଭୋପାଳ,୧୩।୨: ଭୋପାଳରେ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି | ଯେଉଁଠି ଜଣେ ଏକାଦଶ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଚାରୋଟି ଭିନ୍ନ ଭିନ୍ନ ଗାଡ଼ି ଭିତରେ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହା ସହିତ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ତାଙ୍କୁ ବ୍ଲାକମେଲ୍‌ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି। ଏହି ଅପରାଧରେ ଏକ ଥର SUV ସମେତ ଅନ୍ୟ ତିନୋଟି କାରକୁ ଜବତ କରିଛି ପୋଲିସ | ମୁଖ୍ୟ ଅଭିଯୁକ୍ତ ଔସଫ ଅଲି ଖାନଙ୍କୁ ଫେବୃଆରୀ ୩ ତାରିଖରେ ଗିରଫ କରାଯାଇଥିଲା, ଏବେ ସେ ଜେଲରେ ଅଛନ୍ତି। ତାଙ୍କ ସହଯୋଗୀ ମାଜ୍ ଖାନ, ଯିଏ ଭୋପାଳରେ ଏକ ଜିମ୍ ଚଳାନ୍ତି, ତାଙ୍କୁ ଗତ ୮ ତାରିଖରେ ଗିରଫ କରାଯାଇଥିଲା ଏବେ ସେ କୋହେଫିଜା ପୋଲିସ ଷ୍ଟେସନରେ ୧୩ ପର୍ଯ୍ୟନ୍ତ ରିମାଣ୍ଡରେ ରହିଛନ୍ତି।

ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି, ପୋଲିସ କମିଶନର ଏସିପି ଅଙ୍କିତା ଖଟ୍ରାକରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ ହୋଇଥିଲା। ତେବେ ତଦନ୍ତ ସମୟରେ ପୋଲିସକୁ ସୂଚନା ମିଳିଛି ଯେ, ନାବାଳିକାଙ୍କୁ ଚାରୋଟି ପୃଥକ କାର ଭିତରେ ଭିନ୍ନ ଭିନ୍ନ ସ୍ଥାନରେ ଦୁଷ୍କର୍ମ କରାଯାଇଥିଲା।

ପୋଲିସ ସୂଚନା ଅନୁସାରେ, ଆଉସାଫ୍ ଅଲି ନାମକ ଯୁବକ ନାବାଳିକାଙ୍କୁ ଥାର୍‌ ଗାଡ଼ି ଭିତରେ ବଳାତ୍କାର କରୁଥିବା ବେଳେ ମାଜ୍ ଖାନ୍ ବାହାରେ ଠିଆ ହୋଇ ଝରକା ବାଟେ ଗୁପ୍ତ ଭାବରେ ଆଇଫୋନରେ ଏହି କାର୍ଯ୍ୟକୁ ରେକର୍ଡ କରିଥିଲେ। ଏହା ପରେ ଅଭିଯୁକ୍ତମାନେ ଭିଡିଓଟିକୁ ନିଜ ନିଜ ମଧ୍ୟରେ ସେୟାର କରିଥିଲେ ଏବଂ ପୀଡିତାଙ୍କ ଠାରୁ ୪୦,୦୦୦ ଟଙ୍କା ଆଦାୟ କରିବା ପାଇଁ ଏହାକୁ ଭାଇରାଲ କରିବାକୁ ଧମକ ଦେଇଥିଲେ। କେବଳ ସେତିକି ନୁହେଁ ସେମାନେ ତାଙ୍କୁ ବହୁବାର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ ମଧ୍ୟ କରିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି।

(SIT) ତଦନ୍ତ ଅନୁସନ୍ଧାନକାରୀଙ୍କ ତଦନ୍ତରୁ ଜଣାପଡ଼ିଛି ଯେ, ଅପରାଧରେ ବ୍ୟବହୃତ ହୋଇଥିବା କାର ସେହୋର ଜିଲ୍ଲାର ଏକ ଗାଁରେ ଲୁଚାଇ ରଖାଯାଇଥିଲା ଏବଂ ସେଠାରୁ ଏହାକୁ ଜବତ କରାଯାଇଛି। ଭିଡିଓ ରେକର୍ଡ କରିବା ପାଇଁ ବ୍ୟବହୃତ ହୋଇଥିବା ଆଇଫୋନକୁ ଖୋଜିବା ପାଇଁ ପୋଲିସ ନିଜର ସନ୍ଧାନ ଜାରି ରଖିଛି |

ତଦନ୍ତ ସମୟରେ ପୋଲିସକୁ ଜଣା ପଡିଛିଯେ, ମାଜ୍ ଖାନ୍ ଙ୍କର କୋହେଫିଜା ପୋଲିସ ଷ୍ଟେସନରେ ନିଯୁକ୍ତ ଜଣେ ହେଡ୍ କନଷ୍ଟେବଳଙ୍କ ସହ ସମ୍ପର୍କ ରହି ଥିଲା, ଯିଏ ମାଜ୍ ଖାନ୍ ଙ୍କୁ ଗୁପ୍ତ ସୂଚନା ଲିକ୍ କରୁଥିଲେ। ଏହାପରେ ହେଡ୍ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ