Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଂଲାଦେଶରେ ବିଜୟ ପରେ ପାଳନ ହେବନି କୌଣସି ଉତ୍ସବ; ବିଏନପିର ବିଶେଷ ନିବେଦନ,ନମାଜ ପରେ ମସଜିଦରେ କରାଯିବ ସ୍ୱତନ୍ତ୍ର ପ୍ରାର୍ଥନା

ନୂଆଦିଲ୍ଲୀ,୧୩|୨: ବାଂଲାଦେଶର ୧୩ତମ ଜାତୀୟ ନିର୍ବାଚନରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(BNP) ଅଧିକ ଭୋଟ ସହ ଐତିହାସିକ ବିଜୟ ହାସଲ କରି ୨ ଦଶକ ପରେ ପୁଣିଥରେ ଆସନ ଗ୍ରହଣ କରିଛି । ୩୦୦ ସଦସ୍ୟ ବିଶିଷ୍ଟ ଜାତୀୟ ସଂସଦରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ୧୮୧ଟି ଆସନ ଜିତି ଜନସମର୍ଥନ ପାଇଥିବାବେଳେ, ପ୍ରଧାନ ପ୍ରତିଦ୍ୱନ୍ଦୀ ଜମାତ-ଏ-ଇସଲାମି ୬୧ଟି ଆସନରେ ସୀମିତ ରହି ହାର ସ୍ୱୀକାର କରିଛି, ତଥାପି ଏହା ତାଙ୍କର ସବୁଠାରୁ ଭଲ ପ୍ରଦର୍ଶନ ଭାବେ ମନା ଯାଉଛି | ତାରିକ୍ ରହମାନଙ୍କ ନେତୃତ୍ୱ ଓ ଖାଲେଦା ଜିଆଙ୍କ ପ୍ରଭାବ ବିଏନପି(ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି)କୁ ଯୁବମାନଙ୍କର ଭରସାର ଦଳ କରିଛି । ତେବେ ବିଜୟ ଆଡକୁ ଅଗ୍ରଗତି କରୁଥିବା ବେଳେ ବିଏନପି ଏକ ବିବୃତ୍ତି ଜାରି କରି ସମର୍ଥକମାନଙ୍କୁ ରାସ୍ତାରେ ଉତ୍ସବ ନକରିବାକୁ ଅନୁରୋଧ କରିଛି । ଏହା ବଦଳରେ ଆଜି ନମାଜ ପରେ ମସଜିଦରେ ସ୍ୱତନ୍ତ୍ର ପ୍ରାର୍ଥନା କରାଯିବ ।

ଅନ୍ୟପଟେ, ପୂର୍ବତନ ଶାସକ Awami League ଉପରେ ଅନିୟମିତତା ଓ ନିର୍ବାଚନ ଜାଲିଆତି ଭଳି ସଙ୍ଗୀନ ଅଭିଯୋଗ ରହି ଥିବାରୁ ଏବେର ଭୋଟରୁ ବଞ୍ଚିତ ହୋଇଛନ୍ତି | Sheikh Hasinaଙ୍କ ପତନ ପରେ ହୋଇଥିବା ଏହି ନିର୍ବାଚନରେ ୬୦.୬୯% ମତଦାନ ହୋଇଥିବା ନିର୍ବାଚନ କମିଶନ ସୂଚନା ଦେଇଛି, ଯାହା ପୂର୍ବବର୍ତ୍ତୀ ଭୋଟ ଠାରୁ ଅଧିକ । Bangladesh Nationalist Party ସତ୍ତାରେ ଆସିବା ପରେ ଭାରତ ସହ ବାଂଲାଦେଶର ସମ୍ପର୍କ ସନ୍ତୁଳିତ ହୋଇପାରେ ବୋଲି ଆଶା କରାଯାଉଛି |

ତେବେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ, ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ୍, ସମସ୍ତ ଦଳକୁ ଶାନ୍ତ ରହିବା ନେଇ ଅନୁରୋଧ କରିଛନ୍ତି। ନୂତନ ସରକାର ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ସେ ତାଙ୍କ ପଦବୀ ଛାଡିବେ ବୋଲି ସୂଚନା ଦେଇଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ