ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଘଟଣା! ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମାଗିଲେ ପ୍ରମାଣ
ଭୁବନେଶ୍ୱର,୧୩|୨: ଏପ୍ରିଲ ମାସରେ ଓଡ଼ିଶାର ୪ ରାଜ୍ୟସଭା ଆସନ ଖାଲି ହେବ | ଖାଲି ଆସନ ପୂରଣ କରିବାକୁ ହେବ ନିର୍ବାଚନ | ରାଜନୀତିର ଗଣନା ଅନୁସାରେ,୨ଟି ଆସନ ବିଜେପିକୁ ମିଳିବା ବେଳେ ଆଉ ଗୋଟିଏ ବିଜେଡିକୁ ମିଳିବା ନେଇ ନିଶ୍ଚିତ ହୋଇଛି । ତେବେ ଚତୁର୍ଥ ଆସନକୁ ନେଇ ଜୋରଦାର ସଂଘର୍ଷ ହେବ। ଠିକ୍ ଏହି ସମୟରେ ପୁଣି ଥରେ ବିଜେଡି ସୁପ୍ରିମୋକୁ ଚ୍ୟାଲେଞ୍ଜ କରିଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିକୁ ବିଧାୟକଙ୍କ ସମର୍ଥନ ଜରୁରୀ ଥିବା ବେଳେ ନିଲମ୍ବିତ ବିଧାୟକ ଅରବିନ୍ଦ କହିଛନ୍ତି କି, ଦଳ ନୁହେଁ ବରଂ ପ୍ରାର୍ଥୀ ଦେଖି ଭୋଟ ଦେବି | ଏଥିରୁ ଅନୁମାନ କରାଯାଉଛିକି ବିଜେଡିରୁ ନିଲମ୍ବିତ ହୋଇଥିବା ଅରବିନ୍ଦ ମହାପାତ୍ରଙ୍କ ଭୋଟ ଦଳ ସପକ୍ଷରେ ନଯାଇପାରେ !
ସେ ନିଲମ୍ବନ କାରଣ ଜାଣିବା ପାଇଁ ବାରମ୍ବାର ପଚାରିବା ପରେ ମଧ୍ୟ ନବୀନ ବାବୁ ତା’ର ଉତ୍ତର ଦେଇନଥିବା କଥା ସେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତିଯେ, ଯଦି ମୁଁ ପଦବୀରେ ଥିବାବେଳେ ଦୁର୍ନୀତି କରିଛି କିମ୍ବା ଦଳ ବିରୋଧରେ ବିଶ୍ୱାସଘାତକତା କରିଛି ତେବେ ବିଜେଡି ସୁପ୍ରିମୋ ନବୀନ ବାବୁ ଏବଂ ବିଜେଡି ତାର ପ୍ରମାଣ ଦିଅନ୍ତୁ | ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟସଭା ନିର୍ବାଚନରେ ଦଳ ନୁହେଁ ବରଂ ପ୍ରାର୍ଥୀ ଦେଖି ମୁଁ ଭୋଟ ଦେବି । ବର୍ତ୍ତମାନ ବିଜେଡି ବିଧାୟକ ନୁହେଁ ବରଂ ସ୍ୱାଧୀନ ଭାବେ ଗୃହରେ ପ୍ରସଙ୍ଗ ଉଠାଇବି ବୋଲି ସ୍ପଷ୍ଟ ମନ୍ତବ୍ୟ ଦେଇଛନ୍ତି ।

