Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ର ୪ ହାଇସ୍କୁଲ ଅପଗ୍ରେଡ।

କୋକସରା ବ୍ଲକ ର ୪ ହାଇସ୍କୁଲ ଅପଗ୍ରେଡ, ଖୋଲିବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବାକୁ ଦାବି।
ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୯୨ ଗୋଟି ଉଚ୍ଚ ବିଦ୍ୟାଳୟ କୁ ଅପଗ୍ରେଡ କରାଯାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ର ପ୍ରକଳ୍ପ ଅନୁମୋଦନ ବୋର୍ଡ( ପିଏବି).ପକ୍ଷରୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।ଏହି କ୍ରମରେ କୋକସରା ବ୍ଲକ ର ୪ ଗୋଟି ଉଚ୍ଚ ବିଦ୍ୟାଳୟ ଅପଗ୍ରେଡ ହୋଇଛି।।ସେହି ବିଦ୍ୟାଳୟ ଗୁଡିକ ହେଲା ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ, ନେଗିଗୁଡା ଉଚ୍ଚ ବିଦ୍ୟାଳୟ, ଡ଼ହଗାଁ ଉଚ୍ଚ ବିଦ୍ୟାଳୟ ଓ ଡୋଙ୍ଗରିଗୁଡା ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ। ଚଳିତ ୨୦୨୩-୨୪ ଶିକ୍ଷା ବର୍ଷ ଠାରୁ ଏହି ୪ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ରେ ନାମ ଲେଖା ଆରମ୍ଭ ହୋଇ କେବଳ (କଳା) ପାଠ୍ୟକ୍ରମ ରେ ନାମ ଲେଖା ହେବା ନେଇ ସୂଚନା ମିଳିଛି। ସ୍କୁଲ ରେ ମାଟ୍ରିକ ପରୀକ୍ଷା ଦେଇ ପାସ କରିଥିବା ଛାତ୍ରଛାତ୍ରୀ ଙ୍କୁ ଆଡ଼ମିଶନ ପ୍ରକ୍ରିୟାରେ ଅଗ୍ରାଧିକାର ମିଳିବ,ଉଭୟ ଅଫ ଲାଇନ ଓ ଅନ ଲାଇନ ରେ ଛାତ୍ରଛାତ୍ରୀ ମାନେ ଆଡ଼ମିଶନ ପାଇଁ ଆବେଦନ କରି ପାରିବେ ବୋଳି ଜଣାପଡିଛି।ସମ୍ପୃକ୍ତ ଅପଗ୍ରେଡ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହିଁ ଅଧ୍ୟକ୍ଷ ବା ପ୍ରିନ୍ସିପାଳ ଦାୟିତ୍ୱ ରେ ରହିବେ।ଏହି ସୂଚନା ମିଳିବା ପରେ କୋକସରା ବ୍ଲକ ରେ ଶିକ୍ଷା କ୍ଷେତ୍ରରେ ମାନ ବୃଦ୍ଧି ହେବା ନେଇ ଆଶା କରାଯାଉଛି, କାରଣ ଅପଗ୍ରେଡ ହୋଇଥିବା ୪ ବିଦ୍ୟାଳୟ ରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି। ଅପଗ୍ରେଡ ମାଧ୍ୟମିକ ବିଦ୍ୟାଳୟ ରେ ଆବଶ୍ୟକ ଭିତ୍ତିଭୂମି ଓ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି କରିବାକୁ ଗଣଶିକ୍ଷା ବିଭାଗ ତ୍ୱରିତ ପଦକ୍ଷେପ ନେବାକୁ ଅଞ୍ଚଳ ର ଜନସାଧାରଣ ଓ ଅଭିଭାବକ ମାନେ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ