Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାଗର ପାଇଁ ଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର କଟକଣା! ପଲିଥିନ୍ କିମ୍ବା ପ୍ଲାଷ୍ଟିକ୍‌ ପାତ୍ରରେ ଭୋଗ ନେବା ମନା: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ଭୁବନେଶ୍ୱର,୧୪|୨: ଆସନ୍ତା କାଲି ଦେବ ଦେବ ମହାଦେବଙ୍କର ଜାଗର ପର୍ବ। ଏନେଇ ପ୍ରବଳ ଭକ୍ତଙ୍କ ସୁଅ ଛୁଟିବ ଲିଙ୍ଗରାଜ ମନ୍ଦିରକୁ | ଏହି ଅବସରରେ ଲାଗୁ ହୋଇଛି ସ୍ୱତନ୍ତ୍ର କଟକଣା | ମନ୍ଦିର ଭିତରେ ପ୍ଲାଷ୍ଟିକ୍ ବ୍ୟବହାର ଉପରେ ଜାରି ହୋଇଛି କଡା ନିର୍ଦ୍ଦେଶ | କେବଳ ପତ୍ର, କାଠ, କାଗଜ ସାମଗ୍ରୀ ବ୍ୟବହାର କରିବାକୁ ନିୟମ ଜାରି ହୋଇଛି । ତେବେ ନୈବେଦ୍ୟ ବିସର୍ଜନ ପାଇଁ ପୋଖରୀର ସ୍ୱତନ୍ତ୍ର ଅଞ୍ଚଳକୁ ଆବଦ୍ଧ କରାଯାଇଛି |

ଏଣିକି ମନ୍ଦିର ଭିତରକୁ ପଲିଥିନ୍ କିମ୍ବା ପ୍ଲାଷ୍ଟିକ୍‌ ପାତ୍ରରେ ଭୋଗ ନେଇପାରିବେ ନାହିଁ ଭକ୍ତ। ଏନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କଟକଣା ଜାରି ହୋଇଛି | ପ୍ଲାଷ୍ଟିକ୍ ପାତ୍ରରେ ପୂଜା ସାମଗ୍ରୀ, ପ୍ରସାଦ ସେବନ କରିବା ତଥା ଖାଦ୍ୟ ସାମଗ୍ରୀ ନ ନେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପରିବେଶ ସୁରକ୍ଷା ଏବଂ ସ୍ୱଚ୍ଛତା ପାଇଁ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୧୬ ଏବଂ ପରବର୍ତ୍ତୀ ସଂଶୋଧିତ ନିୟମ ଆଧାରରେ ବ୍ୟବହୃତ ପ୍ଲାଷ୍ଟିକ୍ ପାତ୍ରର ବ୍ୟବହାରକୁ ବାରଣ ହୋଇଛି ।

ମାତ୍ରାଧିକ ପ୍ଲାଷ୍ଟିକ୍, ପଲିଥିନ୍ ପରି ଅଳିଆ ଆବର୍ଜନା କାରଣରୁ ପ୍ରଦୂଷଣ ବୃଦ୍ଧି ହୋଇଥାଏ | ଏଣୁ ଜନସାଧାରଣଙ୍କ ମନରେ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି | ଏନେଇ ଏସ୍ପିସିବି ପକ୍ଷରୁ ସୂଚନା ଦିଆଯାଇଛି | ଏହାସହିତ ମନ୍ଦିରକୁ ଆସୁଥିବା ଭକ୍ତ, ପୂଜା ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀ ଏବଂ ମନ୍ଦିର ପରିଚାଳନା କମିଟି ପାଇଁ ମଧ୍ୟ ସ୍ୱତନ୍ତ୍ର ନିୟମ ଜାରି ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories