Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

”ଡିଜିସିଏ” ପକ୍ଷରୁ ଏୟାର ଇଣ୍ଡିଆକୁ ୧ କୋଟି ଟଙ୍କା ଜୋରିମାନା

ନୂଆଦିଲ୍ଲୀ,୧୪|୨: ଏୟାର ଇଣ୍ଡିଆକୁ ୧ କୋଟି ଟଙ୍କା ଜୋରିମାନା | (ଡିଜିସିଏ) ପକ୍ଷରୁ ଏୟାର ଇଣ୍ଡିଆ ଉପରେ ୧ କୋଟି ଟଙ୍କାର ଜୋରିମାନା ହୋଇଛି । ବୈଧ ବିମାନ ଯୋଗ୍ୟତା ପ୍ରମାଣପତ୍ର ବିନା ବିମାନରେ ଉଡ଼ାଣ ଭରିବା ପାଇଁ ଡିଜିସିଏ ପକ୍ଷରୁ ଏୟାର ଇଣ୍ଡିଆକୁ ୧ କୋଟି ଟଙ୍କା ଜରିମାନା କରିଛି। ସୂତ୍ର ଅନୁସାରେ, ନିୟାମକ ଏହି ଗୁରୁତର ତ୍ରୁଟି ପାଇଁ ଇଞ୍ଜିନିୟରିଂ ବିଭାଗର କିଛି ପଦବୀଧାରୀଙ୍କୁ ମଧ୍ୟ ବହିଷ୍କାର କରିବାକୁ ଡିଜିସିଏ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି |

ସୂଚନା ରହିଛି ଯେ, ନିର୍ଦ୍ଦିଷ୍ଟ ଏକ ଏୟାରବସ୍‌-୩୨୦ ବିମାନ ଉଡାଣଭରିବା ପାଇଁ ଯୋଗ୍ୟ ହୋଇନଥିବା ସତ୍ତ୍ବେ ଗତ ୨୦୨୫ ନଭେମ୍ବର ୨୪ ଏବଂ ୨୫ରେ ସେହି ବିମାନଟି ଦିଲ୍ଲୀ, ବେଙ୍ଗାଲୁରୁ, ମୁମ୍ବାଇ ଏବଂ ହାଇଦରାବାଦ ରୁଟ୍‌ରେ ସାତ ଥରରୁ ଅଧିକ ଯାତାୟାତ କରିଥିଲା। ତେବେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ବିପଜ୍ଜନକ ବୋଲି ଡିଜିସିଏ କହିଛି। ଉଲ୍ଲେଖଯୋଗ୍ୟ, କୌଣସି ବିମାନ ଉଡାଣଯୋଗ୍ୟ ହେବା ନିମନ୍ତେ ଡିଜିସିଏ ପକ୍ଷରୁ ଏଆରସି (ଏୟାରୱର୍ଦିନେସ୍‌ ରିଭ୍ୟୁ ସାର୍ଟିଫିକେଟ) ମିଳିବା ଜରୁରୀ ହୋଇଥାଏ। ଯେ ପର୍ଯ୍ୟନ୍ତ ବିମାନଙ୍କୁ ଏଆରସି ମିଳିନାହିଁ ସେ ପର୍ଯ୍ୟନ୍ତ ବିମାନ ଉଡାନା ଭରିବା ପାଇଁ ଯୋଗ୍ୟ ମନାଯିବ ନାହିଁ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories