Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଯନ୍ତ୍ରୀଙ୍କ ପାଇଁ ବୃତ୍ତିଗତ ତାଲିମ ଶିବିର

ବେଲଗୁଣ୍ଠା, 25/05, ଗଞ୍ଜାମ ଜିଲ୍ଲାପରିଷଦ ଅଧୀନରେ କାର୍ଯ୍ୟକରୁଥିବା ସମସ୍ତ ପ୍ରକାର ଯନ୍ତ୍ରୀଙ୍କ ପାଇଁ ବର୍ତ୍ତମାନ ତାଲିମ୍ ପ୍ରଦାନ କରାଯାଉଛି I ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ କାର୍ଯ୍ୟାଳୟ ପରିସର ସ୍ଥିତ ଜୋନ୍ ସ୍ତରୀୟ କେନ୍ଦ୍ରରେ ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ଭଞ୍ଜନଗର, ସୋରଡ଼ା,ଧରାକୋଟ୍ ବ୍ଳକ୍ ର ଯନ୍ତ୍ରୀ ମାନଙ୍କୁ ନେଇ ଦୁଇ ଦିନିଆ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମ୍ ଶିବିରରେ ଉପରୋକ୍ତ ପାଞ୍ଚୋଟି ବ୍ଳକ୍ ରେ କାର୍ଯ୍ୟରତ ସହକାରୀ ନିର୍ବାହୀଯନ୍ତ୍ରୀ,ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଜିପିଟିଏ ଏବଂ ଟିସିଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା I ଗଂଜାମ ଜିଲ୍ଲାପରିଷଦ ସହକାରୀ ନିର୍ବାହୀଯନ୍ତ୍ରୀ ବିଜୟ ପଣ୍ଡା ଏବଂ ଡିପିଏମ୍ ଦୀପକ ପାତ୍ର ପ୍ରଶିକ୍ଷକ ଭାବେ ଯୋଗ ଦେଇ ମନରେଗା କାର୍ଯ୍ୟକ୍ରମ ଉପରେ ତାଲିମ୍ ପ୍ରଦାନ କରିଥିଲେ I