Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ଆରମ୍ଭ ହେବ ଏଆଇ ଇମ୍ପାକ୍ଟ ସମ୍ମିଳନୀ -୨୦୨୬ : ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୬|୨ : ଆଜିଠାରୁ ଆରମ୍ଭ ହେବ ଏଆଇ ଇମ୍ପାକ୍ଟ ସମ୍ମିଳନୀ | ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ହେବ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ | ଆଜି ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ-୨୦୨୬ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମ୍ମିଳନୀ ଆଜିଠୁ ଆରମ୍ଭ ହୋଇ ଫେବ୍ରୁଆରୀ ୨୦ ପର୍ଯ୍ୟନ୍ତ ଚାଲିବ |

ବିଶ୍ୱସ୍ତରୀୟ ଏହି ସମ୍ମିଳନୀରେ ସରକାର, ଷ୍ଟାର୍ଟଅପ୍ ସମେତ ଗ୍ଲୋବାଲ ଟେକ୍ କମ୍ପାନୀ ଏବଂ ରିସର୍ଚ୍ଚ ଅନୁଷ୍ଠାନ ହେବେ ସାମିଲ | ପ୍ରାୟ ୭୦ ହଜାର ବର୍ଗ ମିଟରରୁ ଅଧିକ କ୍ଷେତ୍ରରେ ଏହି ସମ୍ମିଳନୀ ଆୟୋଜିତ ହେବ | କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ରାଜ୍ୟ ସରକାର, ଶିଳ୍ପପତି, ଷ୍ଟାର୍ଟଅପ୍ ଏବଂ ଅନ୍ତର୍ଜାତୀୟ ପାର୍ଟନର୍ ସମେତ ରହିବେ ଉପସ୍ଥିତ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କିପରି ସାଧାରଣ ନାଗରିକଙ୍କ ଜୀବନ ସହ ଜଡ଼ିତ ତାହା ଏହିସମ୍ମିଳନୀରେ ଦେଖିବାକୁ ମିଳିବ ।

ସୂଚନା ଅନୁସାରେ, ଏହି ଏକ୍ସପୋରେ ୧୩ ଦେଶର ପ୍ୟାଭିଲିଅନ ରହିବ, ଯେଉଁଠାରେ ଅଷ୍ଟ୍ରେଲିଆ, ଜାପାନ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ନେଦରଲାଣ୍ଡ୍ସ, ୟୁଏଇ ଭଳି ଦେଶ ନିଜ ନିଜର ଏଆଇ ଦକ୍ଷତାର ପ୍ରତିପାଦନ କରିବେ | ତେବେ ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ଅନ୍ତର୍ଜାତୀୟ ସହଯୋଗକୁ ମଜଭୁତ କରିବା ଏବଂ ଭାରତକୁ ଗ୍ଲୋବାଲ ଏଆଇ ନେଟୱର୍କର ଗୁରୁତ୍ୱପୂର୍ଣ୍ଣ ଅଂଶ ବନାଇବା । ତେବେ ଆୟୋଜିତ ହୋଇଥବା ଏହି ବିରାଟ କାର୍ଯ୍ୟକ୍ରମରେ ଅଢ଼େଇ ଲକ୍ଷରୁ ଅଧିକ ଦର୍ଶକ ଆସିବା ନେଇ ଆଶା କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories