Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସାୟନିକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ଜୀବନ୍ତ ଜଳିଗଲେ ୭ ଶ୍ରମିକ

ରାଜସ୍ଥାନ,୧୬|୨: ରାଜସ୍ଥାନର ଭିୱାଡିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଏକ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ ଘଟି ଶ୍ରମିକଙ୍କ ମୃତ୍ୟୁ ହୋଇଛି | ରିପୋର୍ଟ ଅନୁଯାୟୀ, ଭିୱାଡିର ଏକ ରାସାୟନିକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଏପର୍ଯ୍ୟନ୍ତ ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ପାଞ୍ଚ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଶ୍ରମିକ ଏବେ ବି ଭିତରେ ଫସି ରହିଛନ୍ତି। ସୂଚନା ମୁତାବକ ଏହି ଅଗ୍ନିକାଣ୍ଡ ଘଟିବ ସମୟରେ ପ୍ରାୟ ୨୫ ଜଣ ଶ୍ରମିକ କାରଖାନାରେ କାମ କରୁଥିଲେ। ଆଜି ପୂର୍ବାହ୍ନ ୯:୩୦ ଆଡେ ଖୁଶଖେଡା କରାଉଲି ଶିଳ୍ପାଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା।

ଅନ୍ୟପଟେ, ଏହି ଅଗ୍ନିକାଣ୍ଡ ଘଟଣାରେ, ଏଡିଏମ୍ ସୁମିତା ମିଶ୍ର କହିଛନ୍ତି ଯେ ପେଟ୍ରୋଲିଂ ସମୟରେ ପୁଲିସକୁ ଏହା ବିଷୟରେ ସୂଚନା ମିଳିଥିଲା। ତେବେ ଘଟଣାସ୍ଥଳରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ବୋଲି ଜଣାପଡିଛି |

ଘଟଣାରେ କାରଖାନା ମାଲିକ ରାଜେନ୍ଦ୍ର କହିଛନ୍ତିଯେ, ଖୁସଖେଡା ଏବଂ ଭିୱାଡି RICO ଅଗ୍ନିଶମ କେନ୍ଦ୍ରର ଦମକଳ ଗାଡ଼ିଗୁଡ଼ିକ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିବା ସହିତ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଥିଲେ | ପ୍ରାୟ ଦେଢ଼ ଘଣ୍ଟା ଧରି ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ପରେ ନିଆଁ ନିୟନ୍ତ୍ରଣ କୁ ଆସିଥିଲା | ଦୁର୍ଘଟଣାରେ ମୃତଦେହ ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା। କାହାକୁ ଚିହ୍ନିବା ସମ୍ଭବ ପର ହେଉନଥିଲା | ତିଜାରା ଡିଏସପି ଶିବରାଜ ସିଂହ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories