Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଲମ୍ବୋରେ ଟିମ୍ ଇଣ୍ଡିଆର ବଡ଼ ବିଜୟ! ୧୧୪ ରନରେ ପାକିସ୍ତାନ ଅଲଆଉଟ୍

ନୂଆଦିଲ୍ଲୀ,୧୬|୨: କଲମ୍ବୋରେ ପାକିସ୍ତାନର ବଡ ପରାଜୟ! T-20 ବିଶ୍ବକପରେ ପାକିସ୍ତାନକୁ ହରାଇ ଟିମ୍ ଇଣ୍ଡିଆ ବିଜୟ ହାସଲ କରିଛି । ୬୧ ରନରେ ପାକିସ୍ତାନକୁ ହରାଇ ମ୍ୟାଚ୍ ଜିତିଛି ଟିମ୍ ଇଣ୍ଡିଆ । ୧୧୪ ରନରେ ପାକିସ୍ତାନ ଅଲଆଉଟ୍ । ହାର୍ଦ୍ଦିକ, ବୁମରା, ଅକ୍ଷର ଏବଂ ବରୁଣ ନେଇଛନ୍ତି ୨ଟି ଲେଖାଏଁ ୱିକେଟ୍ ।

ସେହିପରି କୁଲଦୀପ ଓ ତିଲକ ବର୍ମା ନେଇଛନ୍ତି ଗୋଟିଏ ଲେଖାଏ ୱିକେଟ୍ । ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୧୭୬ ରନ ର ଟାର୍ଗେଟ ପାକିସ୍ତାନ ଆଗରେ ରଖିଥିଲା | ପ୍ରଥମ ଓଭରରେ ଅଭିଷେକ ଶର୍ମା ଆଉଟ୍ ହୋଇଥିଲେ ମଧ୍ୟ ଦମଦାର ବ୍ୟାଟିଂ କରିଥିଲେ ଇଶାନ କିଷନ । ୪୦ଟି ବଲ୍ ରେ ୭୭ ରନ ହାସଲ କରିଥିଲେ । ମାରିଥିଲେ ୧୦ ଚୌକା ଓ ୩ ବିଶାଳ ଛକା ।

ତିଳକ ବର୍ମା ୨୫ ଏବଂ କ୍ୟାପଟେନ୍ ସୂର୍ଯ୍ୟକୁମାର ୩୨ ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଶୂନ ରନରେ ଆଉଟ୍ ହୋଇଥିବାବେଳେ ଶେଷ ଆଡ଼କୁ ପାକିସ୍ତାନ ବୋଲରଙ୍କ ବଲ୍ ର ନିଜ ବ୍ୟାଟିଂ ଦ୍ୱାରା ଜବାବ ଦେଇଥିଲେ ଶିବମ ଦୁବେ । ୧୭ ବଲ୍ ଖେଳି କରିଥିଲେ ୨୭ ରନ ହାସଲ କରିଥିଲେ। ରିଙ୍କୁ ସିଂ ମାତ୍ର ୪ଟି ବଲ୍ ରେ ୧୧ ରନ କରିଥିଲେ । ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ଇଶାନ କିଷାନ୍।

ଇଣ୍ଡିଆ ୭ୱିକେଟ୍ ହରାଇ ସର୍ବମୋଟ ୧୭୫ ରନ୍ କରିଥିଲା । ୧୭୬ ରନର ଟାର୍ଗେଟ ରଖି ଖେଳ ପଡ଼ିଆକୁ ଓହ୍ଲାଇଥିବା ଆରମ୍ଭରୁ ହିଁ ନୈରାଶ୍ଯନକ ପରିସ୍ଥିତିର ସାମ୍ନା କରିଥିଲା। ପାକିସ୍ତାନକୁ ହରାଇବା ସହିତ ସୁପର୍ ୮ରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ତେବେ ତିନୋଟି ମ୍ୟାଚ୍ ଜିତି ଗ୍ରୁପ୍ Aର ଶୀର୍ଷରେ ରହିଛି ଭାରତ । ଦ୍ଵିତୀୟ ସ୍ଥାନରେ ଆମେରିକା ରହିଥିବାବେଳେ ତୃତୀୟ ସ୍ଥାନରେ ରହିଛି ପାକିସ୍ତାନ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories