Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଜୁରାଟର,ଅହମ୍ମଦାବାଦର ଅନେକ ସ୍କୁଲକୁ ବୋମା ଧମକ; ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ୱାଡ ସମେତ ପୋଲିସର ତଦନ୍ତ

ଅହମ୍ମଦାବାଦ,୧୬|୨: ଗୁଜୁରାଟର ଅହମ୍ମଦାବାଦ ଏବଂ ଭଦୋଦରାର କିଛି ସ୍କୁଲକୁ ବୋମା ଧମକ ମିଳିଛି। ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ସ୍କୁଲଗୁଡ଼ିକରୁ ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଖାଲି କରାଯାଇଛି | ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଥିବା ସୂଚନା। ଖବର ପାଇ ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ୱାଡ ସମେତ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ଆରମ୍ଭ କରିଥିଲେ। ତେବେ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ବସ୍ତୁ ମିଳି ନାହିଁ |

ଅନ୍ୟପଟେ, ଅଧିକାରୀମାନେ ଏହି ଧମକଗୁଡ଼ିକ ଗୁଜବ ବୋଲି କହିଛନ୍ତି । ଅହମ୍ମଦାବାଦର ୧୫ ରୁ ଅଧିକ ସ୍କୁଲକୁ ବୋମା ଧମକ ମିଳିଥିବା ବେଳେ ଭଦୋଦରାର ୧୧ ରୁ ୧୮ ସ୍କୁଲକୁ ସମାନ ଇମେଲ୍ ରେ ବୋମା ପୂର୍ଣ୍ଣ ଧମକ ଆସିଥିଲା | ଇମେଲ୍ ସକାଳ ପ୍ରାୟ ୭ଟା ସମୟରେ ଏହି ଇମେଲ୍ ଆସିଥିଲା। ଇମେଲରେ ଉଲ୍ଲେଖ ଥିଲା ଯେ ଅପରାହ୍ନ ୧:୧୧ରେ ବିସ୍ଫୋରଣ ହେବ। ମେସେଜ ଗୁଡ଼ିକରେ ଖଲିସ୍ତାନ ଉଲ୍ଲେଖ ରହିଥିଲା। କିଛିରେ “ଗୁଜୁରାଟ ଖଲିସ୍ତାନ ହେବ,” “ହିନ୍ଦୁସ୍ତାନ ବିଭାଜନ ହେବ,” ଏବଂ “ଦିଲ୍ଲୀ ଖଲିସ୍ତାନ ହେବ” ଏଭଳି ଉତ୍ତେଜନାମୂଳକ ଧମକ ରହିଥିଲା |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ