Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଅକୁ ଖୋଜି ଆଣିବାକୁ ଯାଇ ସିଙ୍ଗାପୁରରୁ ଖାଲି ହାତରେ ଫେରିଲେ ସାର୍ଥକଙ୍କ ମା ଏବଂ ମାମୁଁ!

ଭୁବନେଶ୍ଵର,୧୭|୨: ପୁଅକୁ ଖୋଜିବାକୁ ଯାଇଥିଲେ କିନ୍ତୁ ଖାଲି ହାତରେ ଫେରିଲେ | ବ୍ୟସ୍ତ ବିବ୍ରତ ଭିତରେ ମଧ୍ୟ ଆଶାର କିରଣ ପ୍ରକାଶ ପାଇଥିଲା ଯେ, ପୁଅକୁ ନିଶ୍ଚୟ ଫେରେଇ ଆଣିବେ | କିନ୍ତୁ ଭାଗ୍ୟର ବିଡମ୍ବନା ମାକୁ ଖାଲି ହାତରେ ଫେରିବାକୁ ପଡିଲା | ଗତ ଶନିବାରଦିନ ସଂଧ୍ୟାରେ ନିଖୋଜ ଥିବା ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କୁ ଖୋଜିବାକୁ ସିଙ୍ଗାପୁର ଯାଇଥିଲେ ମାଆ ରଶ୍ମିତା ମହାପାତ୍ର ଏବଂ ମାମୁଁ। କିନ୍ତୁ ସିଙ୍ଗାପୁରରୁ ଖାଲି ହାତରେ ଫେରିଲେ ମର୍ଚ୍ଚାଣ୍ଟ ନ୍ୟାଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ ମାଆ ଏବଂ ମାମୁଁ। ସାର୍ଥକଙ୍କୁ ଖୋଜିବାରେ କମ୍ପାନୀ କୌଣସି ପ୍ରକାର ସହଯୋଗ କଲାନି ବୋଲି ସାର୍ଥକଙ୍କ ମାମୁଁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତିଯେ, ଷ୍ଟାଫଙ୍କ ସହ କଥା ମଧ୍ୟ କରାଇ ଦେଲେନାହିଁ । ଆମେ ସାର୍ଥକଙ୍କ ବିଷୟରେ ପଚାରିବା ବେଳେ ସେମାନେ ଆମକୁ ପ୍ରତିରୋଧ କରୁଥିଲେ। କେବଳ ସାର୍ଥକଙ୍କ କ୍ୟାବିନ୍‌କୁ ଯିବାକୁ ଅନୁମତି ଦେଇଥିଲେ। ଜାହାଜର ଅନ୍ୟ କୌଣସି ସ୍ଥାନକୁ ଆଦୌ ଛାଡ଼ିଲେନି। ମାତ୍ର ୨ ଘଣ୍ଟା ମଧ୍ୟରେ ଆମକୁ ଜାହାଜରୁ ଓହ୍ଲାଇ ଦେଲେ ଏବଂ ସବୁବେଳେ ସେମାନେ ଆମକୁ ଜଗି ରହୁଥିଲେ।

ସୂଚନା ଅନୁଯାୟୀ,ସିଙ୍ଗାପୁର ଯିବା ପାଇଁ ଡକରା ଆସିବା ପରେ ନିଖୋଜ ହୋଇଥିବା ସାର୍ଥକଙ୍କ ମା’ କେନ୍ଦ୍ରର ସହାୟତା ଲୋଡ଼ିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍‌ କରି ସାର୍ଥକଙ୍କ ସନ୍ଧାନ ଏବଂ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ନିବେଦନ କରିଥିଲେ | ଇ-ମେଲ୍‌ ରେ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ସିଙ୍ଗାପୁର ଯିବାକୁ ଅନୁରୋଧ କରିଥିଲେ। ସିଙ୍ଗାପୁର ଜଳସୀମାରେ ନିଖୋଜ ଥିବା ଓଡ଼ିଆ କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ ସନ୍ଧାନ ପାଇଁ ତାଙ୍କ ମା’ ରଶ୍ମିତା ସାହୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ବିଦେଶ ମନ୍ତ୍ରଣାଳୟ ଏବଂ ଜାହାଜ ଚଳାଚଳ ମନ୍ତ୍ରଣାଳୟର ଦ୍ୱାରସ୍ଥ ହୋଇଛନ୍ତି। ପୁଅର ନିଖୋଜକୁ ବ୍ୟସ୍ତ ବିବ୍ରତ ଥିବା ମଧ୍ୟରେ ରଶ୍ମିତା, ସିଙ୍ଗାପୁରରେ ହେବାକୁ ଥିବା ତଦନ୍ତ ପ୍ରକ୍ରିୟାରେ ଭାରତ ସରକାରଙ୍କ ସହଯୋଗ ଲୋଡ଼ିଥିଲେ। ତଦନ୍ତ ପ୍ରକ୍ରିୟାକୁ ସହଜ ପାଇଁ ସେ ଜାହାଜଟିକୁ ପାରାଦୀପକୁ ଆଣିବାକୁ ଦାବି କରୁଥିଲେ | କିନ୍ତୁ ଡିଜି ସିପିଂ କାର୍ଯ୍ୟାଳୟ ପକ୍ଷରୁ ପାରାଦୀପ ଆଣିବା ସମ୍ଭବପର ନୁହେଁ ବୋଲି ସ୍ପଷ୍ଟ କରାଯାଇଥିଲା।

ସୂଚନାଯୋଗ୍ୟ,‘ଆଙ୍ଗଲୋ ଇଷ୍ଟର୍ଣ୍ଣଗ୍ରିପ ସିପ୍‌ ମ୍ୟାନେଜମେଣ୍ଟ’ ନାମକ ଜାହାଜ କମ୍ପାନୀରେ ୨୦୨୫ ଜୁଲାଇ ମାସରେ ସାର୍ଥକ ମହାପାତ୍ର ଜଣେ ଡେକ କ୍ୟାଡେଟ ଭାବେ ଯୋଗ ଦେଇଥିଲେ । ଭଦ୍ରକ ଜିଲ୍ଲାର ମୂଳ ବାସିନ୍ଦା ଥିଲେ ସାର୍ଥକ | ଚାରି ତାରିଖ ଦିନ ଇଣ୍ଟର୍ଣ୍ଣସିପ୍‌ ସରିବା ପରେ ଘରକୁ ଆସିବେ ବୋଲି ସୂଚନା ଦେଇଥିଲେ । ତେବେ ଶେଷଥର ପାଇଁ ଗତ ୨ ତାରିଖ ଦିନ ସେ ତାଙ୍କ ମା ରଶ୍ମୀତାଙ୍କ ସହ ଭିଡିଓ କଲ୍‌ରେ ଯୋଗେ କଥା ହୋଇଥିଲେ । ତିନି ତାରିଖ ଦିନ ସେ କାର୍ଯ୍ୟରତ ଥିବା ଇଏ ଜର୍ସି ନାମକ ଜାହାଜ ଭାରତ ମହାସାଗରରେ ଚୀନରୁ ପଶ୍ଚିମ ଆଫ୍ରିକା ଅଭିମୁଖେ ଯାଉଥିବାବେଳେ ମରିସସ ନିକଟବର୍ତ୍ତୀ ଅଞ୍ଚଳରେ ଗଭୀର ସମୁଦ୍ରରେ ସାର୍ଥକ କୁଆଡ଼େ ନିଖୋଜ ହୋଇଯାଇଥିବାର ଖବର ତାଙ୍କ ପରିବାରକୁ ସମ୍ପୃକ୍ତ କମ୍ପାନୀ ପକ୍ଷରୁ ଏକ ସୂଚନା ଦିଆଯାଇଥିଲା । ଏହାପରେ ସନ୍ଧାନ କାର୍ଯ୍ୟ ଜାରି ରହିଲା | ଏପରିକି ତାଙ୍କ କ୍ୟାବିନ କୁ ଯାଞ୍ଚ କରାଗଲା ବେଳେ ଅନ୍ୟ କ୍ରୁ ସଦସ୍ୟଙ୍କ ସନ୍ଧାନ ମିଳିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳି ନ ଥିଲା ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ସାର୍ଥକଙ୍କ ଏ ନିଖୋଜ ହେବାର ରହସ୍ୟ ପଛରେ କଣ ରହିଛି ତାହା ତଦନ୍ତ ପରେ ହିଁ ଜଣାପଡିବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ