ପ୍ରେମିକାକୁ ହତ୍ୟା କରି ଯୌନ ସମ୍ପର୍କ ରଖିଲେ ପ୍ରେମିକ! ତନ୍ତ୍ର କରି ଆତ୍ମାକୁ ମାଗିଲେ କ୍ଷମା
ମଧ୍ୟପ୍ରଦେଶ,୧୭ା୨: ମଧ୍ୟପ୍ରଦେଶର ଇନ୍ଦୋରର ଦ୍ୱାରକାପୁରୀ ପୋଲିସ ଷ୍ଟେସନ ଅଞ୍ଚଳରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା | ଜଣେ ଏମବିଏ ଛାତ୍ରୀଙ୍କ ହତ୍ୟା ଘଟଣାରେ, ପୋଲିସ ଅଭିଯୁକ୍ତ ପ୍ରେମିକ ପୀୟୁଷକୁ ମୁମ୍ବାଇରୁ ଗିରଫ କରିଛି । ପୋଲିସର ତଦନ୍ତରେ ପଚରାଉଚୁରା କରିବା ସମୟରେ ଭୟଙ୍କର ଖୁଲାସା କରିଛି ଅଭିଯୁକ୍ତ | ପୋଲିସ ସୂଚନା ଅନୁଯାୟୀ, ଯୁବତୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ମୁମ୍ବାଇ ଅଭିମୁଖେ ଚାଲିଯାଇଥିଲେ। ମୁମ୍ବାଇ ଏବଂ ପାନଭେଲ ସମେତ ଅନେକ ସ୍ଥାନରେ ଧରା ପଡିବା ଭୟରେ ଲୁଚି ରହିଥିଲେ ।
ପୋଲିସର ଅଧିକ ପଚରାଉଚରା କରିବା ପରେ ଜଣାପଡିଛିଯେ , ଅଭିଯୁକ୍ତ ଜଣକ ହତ୍ୟା ପରେ ଗଭୀର ଅନୁତପ୍ତ | ସେ ହତ୍ୟା କରିବା ପରେ “ପ୍ରେମିକାର ଆତ୍ମାକୁ କ୍ଷମା ମାଗିବାକୁ” ଚାହୁଁଥିଲା। ଏଥିପାଇଁ, ସେ ଇଣ୍ଟରନେଟ୍ ଏବଂ ୟୁଟ୍ୟୁବ୍ ରେ ଅନେକ ତାନ୍ତ୍ରିକ ରୀତିନୀତିର ଭିଡିଓ ଦେଖୁଥିଲା। ଏହି ଭିଡିଓଗୁଡ଼ିକ ଦ୍ୱାରା ପ୍ରଭାବିତ ହୋଇ, ସେ ମୁମ୍ବାଇର ଏକ ନିର୍ଜନ ଅଞ୍ଚଳକୁ ଯାଇ ତାନ୍ତ୍ରିକ ପୂଜାପାଠ ମାଧ୍ୟମରେ ପ୍ରେମିକାର ଆତ୍ମା ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା | ଏନେଇ ଅଭିଯୋଗ ହୋଇଛି। ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଏହାର ତଦନ୍ତ ଚାଲିଛି ।
ସୂଚନାଯୋଗ୍ୟ, ଅଭିଯୁକ୍ତ ପ୍ରେମିକ ପୀୟୁଷ ଏବଂ ମୃତକ ପ୍ରେମିକା ଗୋଟିଏ କଲେଜରେ ଏକାସାଙ୍ଗେ ପଢୁଥିଲେ ଏବଂ ସେମାନଙ୍କ ମଧ୍ୟରେ ନିବିଡ ସମ୍ପର୍କ ଥିଲା। ଅଭିଯୁକ୍ତ ପୋଲିସକୁ କହିଛି ଯେ ସେ ତାଙ୍କୁ ବିବାହ କରିବାକୁ ମନସ୍ଥ କରିଥିଲା କିନ୍ତୁ ସେ ସବୁବେଳେ ଏହାକୁ ଏଡାଇ ଯାଉଥିଲା ଏବଂ ସମ୍ପର୍କକୁ ଶେଷ କରିବାକୁ ଚାହୁଁଥିଲା। ଏ କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା | ଘଟଣା ଘଟିବା ଦିନ ଅଭିଯୁକ୍ତ ଝିଅଟିକୁ କଥାବାର୍ତ୍ତା ଆଳରେ ତାଙ୍କ ରୁମକୁ ଡାକିଥିଲା। କଥାବାର୍ତ୍ତା ସମୟରେ, ସେ ତାଙ୍କ ମୋବାଇଲ ଫୋନରେ ଏକ ବେଟିଂ/ଚାଟିଂ ଆପ୍ ଦେଖିଲା, ଯାହାକୁ ନେଇ ପ୍ରେମିକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା | ସେ ସନ୍ଦେହ କଲେ ଯେ, ସେ ପ୍ରେମିକା ଜଣକ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କରେ ଅଛନ୍ତି। ଏହି କଥାକୁ ସନ୍ଦେହ କରି ଅଭିଯୁକ୍ତ ଉତ୍ତ୍ୟକ୍ତ ହୋଇ ପ୍ରେମିକାଙ୍କୁ ଗଳାକାଟି ହତ୍ୟା କଲେ ଏବଂ ପରେ ଶବ ସହିତ ଯୌନ ସମ୍ପର୍କ ରଖିଥିଲେ।
ତେବେ ଫେବୃଆରୀ ୧୩ତାରିଖରେ ଘଟଣାଟି ଚର୍ଚ୍ଚାର ବିଷୟ ହୋଇଥିଲା | ପାଖରେ ରହୁଥିବା ଲୋକମାନେ କୋଠରୀରୁ ଏକ ଦୁର୍ଗନ୍ଧ ଆସିବାର ଅନୁଭବ କରିଥିଲେ | ଏହାପରେ ସନ୍ଦେହଜନକ ଭାବରେ ସେମାନେ ପୋଲିସକୁ ସୂଚନା ଦେଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝିଅର ମୃତଦେହକୁ ଉଦ୍ଧାର କଲା। ମୃତଦେହର ଅବସ୍ଥା ଦେଖି ହତ୍ୟା ପରେ ବଳାତ୍କାର ହୋଇଥିବା ପୋଲିସ ସନ୍ଦେହ କରିଥିଲା | ଏହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିଲା | ତଦନ୍ତ ପରେ, ପୋଲିସ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିବା ପରେ ଶେଷରେ ମୁମ୍ବାଇରେ ତାଙ୍କୁ ଗିରଫ କରିଥିବା ଜଣାପଡିଛି |

