ନିଲମ୍ବନ ପରେ ବଦଳିଲା ଦୁଇ ବିଧାୟକଙ୍କ ବସିବା ସିଟ! ଏବେ କେଉଁ ସିଟରେ ବସିବେ?
ଭୁବନେଶ୍ୱର,୧୭|୨: ଏଥର ବଜେଟ ଅଧିବେଶନରେ ପୂର୍ଵ ଥର ଭଳି ଦୃଶ୍ୟ ଦେଖିବାକୁ ମିଳିବନି | ଦଳରୁ ନିଲମ୍ବନ ପରେ ଏବେ ଦଳ ସହିତ ବସିବେନି ଦୁଇ ବିଧାୟକ | ନିଲମ୍ବିତ ହେବା ପରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ବିଧାନସଭା ବସିବା ସିଟ ବଦଳିଛି । ତେବେ ପୂର୍ବରୁ ଅରବିନ୍ଦ ମହାପାତ୍ରଙ୍କ ସିଟ ଆଗରୁ ଥିଲା G19, ଯାହା ଏବେ F19 ପରିବର୍ତ୍ତନ ହୋଇଛି । ସେହିପରି ସନାତନ ମହାକୁଡଙ୍କ ସିଟ ଆଗରୁ ଥିଲା F14 କୁ ଚେଞ୍ଜ କରି F21 ହୋଇଛି ।
ସୂଚନା ଅନୁସାରେ, ଅରବିନ୍ଦ ମହାପାତ୍ରଙ୍କ ସିଟ ସୁନିଲ ମହାନ୍ତିଙ୍କ ସହ ପରିବର୍ତ୍ତନ ହୋଇଛି । ଏବଂ ମାଧବ ଧଡାଙ୍କ ସିଟ ସହ ପରିବର୍ତ୍ତନ ହୋଇଛି ସନାତନ ମହାକୁଡଙ୍କ ସିଟ୍ । ଉଭୟଙ୍କୁ ବିଜେଡିରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଛି | ଅନ୍ୟପଟେ, ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ ପରେ ରାଜନୀତିରେ ଚର୍ଚ୍ଚା ଦିନକୁ ଦିନ ଜୋର ଧରୁଛି । ଏନେଇ ଅରବିନ୍ଦ ଆଜି ଏକ ବଡ ବୟାନ ଦେଇଛନ୍ତି | ସେ କହିଛନ୍ତି, ବିଜେଡିର ଅନେକ ନେତା ଏବେ ବି ତାଙ୍କ ସହ ସମ୍ପର୍କରେ ରହିଛନ୍ତି | ତାଙ୍କ ନିଲମ୍ବନ କଥା ଶୁଣି ସେମାନେ ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି ବୋଲି ସେ କହିଛନ୍ତି | ସୂଚାନଯୋଗ୍ୟ, ଗତ ୧୪ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶରେ ଅରବିନ୍ଦଙ୍କ ବିରୋଧରେ ବିଶାଳ ସଭା କରିଥିଲା ବିଜେଡି । ଅରବିନ୍ଦଙ୍କ ବିରୋଧରେ ଅନେକ ବିଭ୍ରାନ୍ତି କର ବୟାନ ଦେଇଥିଲା ବିଜେଡି | ଯାହାର କଡା ଜବାବ ରଖିଛନ୍ତି ଅରବିନ୍ଦ |

