ବେଆଇନ ଗଞ୍ଜେଇ ବିକ୍ରି କରୁଥିବା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ୧.୧୦୦ ଗ୍ରାମ ଗଞ୍ଜେଇ ଜବତ ସହ କୋର୍ଟ ଚାଲାଣ
ଭବାନୀପାଟଣା, ୧୭/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା କୁମ୍ଭାରୀ ଗାଁ ରେ ବେଆଇନ ଭାବରେ ଗଞ୍ଜେଇ ବିକ୍ରି କରୁଥିବା ଜଣେ ବ୍ୟବସାୟୀ ଘରେ ଅବକାରୀ ବିଭାଗ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତ ଗଞ୍ଜେଇ ବ୍ୟବସାୟୀ ହେଲେ ସେହି ଗାଁ ର ଠୁଲୋଶୂନ୍ୟ ସା। ସୂଚନା ଥାଉ କି ଦୀର୍ଘ ଦିନରୁ ଠୁଲୋଶୂନ୍ୟ ବେଆଇନ ଭାବରେ ଗଞ୍ଜେଇ ବିକ୍ରି କରୁଥିବା ବେଳେ ଶୁକ୍ରବାର ଧର୍ମଗଡ ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଥାନା ଅଧିକାରିଣୀ ପ୍ରତିମା ବେହେରା ଙ୍କ ନେତୃତ୍ୱରେ ଅବକାରୀ ପୋଲିସ କର୍ଣ୍ଣ ବାଗ, ଭୁଜବଳ ପଟେଲ, ଯଶୋବନ୍ତି ଭୋଇ ପ୍ରମୁଖ କୁମ୍ଭାରୀ ଗାଁ କୁ ଯାଇ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ତାଙ୍କ ଠାରୁ ୧. ୧୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ଅଭିଯୁକ୍ତ ଠୁଲୋଶୂନ୍ୟ କୁ ଗିରଫ କରିଥିଲେ । ଅଭିଯୁକ୍ତ କୁ ଅବକାରୀ ଥାନା କୁ ଆଣି ପଚରା ଉଚୁରା ପରେ ଅବକାରୀ ଥାନା କେଶ ନମ୍ବର ୨୦୨/୨୫ -୨୬ ରେ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଥିବା ଧର୍ମଗଡ ଅବକାରୀ ଥାନା ଅଧିକାରିଣୀ ପ୍ରତିମା ବେହେରା ସୂଚନା ଦେଇଛନ୍ତି ।

