Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ଼ ପୋଡ଼ାଗୁଡା ପଞ୍ଚାୟତ ରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ, କାର୍ଯ୍ୟାନୁଷ୍ଠାନ ପାଇଁ ଥାନା ରେ ଦାବିପତ୍ର ପ୍ରଦାନ।

କୋକସରା,୧୬/୧୦
ମଦ ନିଶା ରେ ମାତାଲ ହୋଇ ଯୁବଗୋଷ୍ଠୀ ଭୁଲି ଯାଉଛନ୍ତି ହିତାହିତ ଜ୍ଞାନ,ଅସାମାଜିକ କାର୍ଯ୍ୟକଳାପ ସହ ଚୋରି ରାହାଜାନି ଘଟଣା କ୍ରମଶଃ ଗ୍ରାମାଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ପରିବାରର ମୁଖିଆ ବା ପୁରୁଷ ମାନେ ମଦ୍ୟପାନ କରିବା କାରଣରୁ ପ୍ରତିଦିନ ଘରେ ଅଶାନ୍ତି,ପରିବାର କଳହ ଏବଂ ମାରପିଟ୍ ଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି।ଏପରିକି ମଦ ନିଶା ପାଇଁ ରାସନ କାର୍ଡ ମଧ୍ୟ ବନ୍ଧକ ପଡୁଛି ମଦ କୋଠି ରେ ଏଭଳି କିଛି ଅଭିଯୋଗ ନେଇ ଶୁକ୍ରବାର କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ ପୋଡ଼ାଗୁଡା ପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ଶତାଧିକ ମହିଳା ଓ ଗ୍ରାମବାସୀ ମାନେ ବଡ଼ ପୋଡ଼ାଗୁଡା ପଞ୍ଚାୟତ ରେ ଦେଶୀ ବିଦେଶୀ ମଦ ଅବାଧ ବିକ୍ରି ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି, ଏହାସହ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଅବାଧ ରେ ଚାଲିଥିବା ଦେଶୀ ବିଦେଶୀ ମଦ କୋଠି କୁ ବନ୍ଦ କରିବା ପାଇଁ ଆମପାଣି ଥାନା ଭାରପ୍ରାପ୍ତ ଅଧିକାରୀ ଈଶ୍ୱର ଚନ୍ଦ୍ର ସିରକା ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଶୁକ୍ରବାର ବଡ଼ ପୋଡ଼ାଗୁଡା ପଞ୍ଚାୟତ ଅନ୍ତର୍ଗତ ରଏନଗୁଡା,ଦାବ୍ରିଗୁଡା,ପୋଡ଼ାଗୁଡା,ତେଲିଗୁଡ଼ା,ତଲାଗାଁ,
ବାବେକୋହରା ଗ୍ରାମ ରେ ବେଆଇନ ଭାବେ ଦେଶୀ ବିଦେଶୀ ମଦ କୋଠି ରହିଥିବା ଓ ଏହି ମଦ କୋଠି ଚଳାଉଥିବା ମାଫିଆ ମାନେ ବେଧଡକ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି ଏହି ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ।
ପଞ୍ଚାୟତ ଅଧୀନରେ ଥିବା ବେଆଇନ ଦେଶି ବିଦେଶୀ ମଦ କୋଠି ଉଚ୍ଛେଦ ସହ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଶତାଧିକ ମହିଳା ଓ ଗ୍ରାମବାସୀ ଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ପୋଲିସ ପ୍ରଶାସନ ଯଦି କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତାହେଲେ ଆଗାମୀ ଦିନରେ ମହିଳା ଗୋଷ୍ଠି ମଦ ବିରୋଧୀ ଆନ୍ଦୋଳନକୁ ତିବ୍ରତର କରିବାକୁ ପୋଲିସ ପ୍ରଶାସନ କୁ ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories