Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆହୁରି ୨ଦିନ ଆକାଶରେ ଦେଖାଦେବ କୁହୁଡିର ଆସ୍ତରଣ!

ଭୁବନେଶ୍ୱର,୧୭।୨: ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏକ ବଡ଼ ସୂଚନା ଜାରି ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଦେଖିବାକୁ ମିଳିପାରେ ଘନ କୁହୁଡ଼ିର ଆସ୍ତରଣ | ଏନେଇ ପାଣିପାଗ ବିହଙ୍ଗ ପୂର୍ବାନୁମାନ କରିଛି | ଏନେଇ ୧୭ଟି ଜିଲ୍ଲାକୁ ସତର୍କ ସୂଚନା ମଧ୍ୟ ଦିଆଯାଇଛି।

ସୂଚନା ଅନୁସାରେ, ରାଜ୍ୟର ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ବାଲେଶ୍ୱର, ନୟାଗଡ଼, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ଅନୁଗୋଳ, ଢେଙ୍କାନାଳ ଆଦି ଜିଲ୍ଲାରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ କୁହୁଡ଼ିର ଦେଖାଦେବ | ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ଏହାସହିତ ଯାନବାହାନ ଚଲାଇଲା ବେଳେ ସତର୍କତାର ସହ ଚଲାଇବାକୁ ପାଣିପାଗ ବିଭାଗ ପକ୍ଷରୁ ଅବଗତ ମଧ୍ୟକରାଯାଇଛି | ତେବେ ଆଜି ସକାଳେ ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ