Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମ ଦିବସରେ ପତ୍ନୀକୁ ହତ୍ୟା! ଉପହାର ଦେଇ ଶେଷରେ ତଣ୍ଟି କାଟିଦେଲେ

ଚଣ୍ଡିଗଡ଼,୧୮|୨: ହରିୟାଣାର ବାହାଦୁରଗଡ ସହରରେ ଚାଞ୍ଚଲ୍ୟକର ଘଟଣା ଘଟିଛି | ଯେଉଁଠି ଏକ ନବବିବାହିତ ଯୁବକ ପ୍ରେମ ଦିବସରେ ନିଜ ପତ୍ନୀଙ୍କୁ ଗଳାକାଟି ହତ୍ୟା କରିଛନ୍ତି। ନିଜ ଉପରକୁ ଯେପରି ଅଭିଯୋଗ ନ ଆସେ ସେଥିପାଇଁ ରଚିଥିଲେ ଷଡଯନ୍ତ୍ର | ଉକ୍ତ ଯୁବକ ଜଣକ ପ୍ରଥମେ ଏହି ହତ୍ୟା ଘଟଣାକୁ ଡକାୟତିର ରୂପ ଦେଇଥିଲେ।କିନ୍ତୁ ପୋଲିସର ପଚରାଉଚୁରା ପରେ ପତ୍ନୀଙ୍କୁ ହତ୍ୟା କରିଥିବା ସେ ନିଜେ ସ୍ୱୀକାର କରିଛନ୍ତି |

ସୂଚନା ଅନୁସାରେ, ହତ୍ୟାକାରୀ ଯୁବକ ଜଣକ ହେଉଛନ୍ତି ଅଂଶୁଲ ଧାୱନ | ସେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ | ତେବେ ୨୦୨୫ ସେପ୍ଟେମ୍ବରରେ ସେ ମେହେକ୍‌ କାଠୁରିଆଙ୍କୁ ବିବାହ କରିଥିଲେ। ପତ୍ନୀ ମେହେକ୍‌ ଗୁରୁଗ୍ରାମସ୍ଥିତ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଚାକିରୀ କରୁଥିଲେ। ବିବାହ ପରେ ସ୍ୱାମୀ ଅଂଶୁଲ ସବୁବେଳେ ମେହେକ୍‌ଙ୍କ ଚରିତ୍ରକୁ ନେଇ ସନ୍ଦେହ କରିଆସୁଥିଲେ। ଯାହା ଫଳରେ ପତି-ପତ୍ନୀଙ୍କ ମଧ୍ୟରେ ସବୁବେଳେ ବିବାଦ ଲାଗି ରହୁଥିଲା । ଏହି ସନ୍ଦେହ ଧୀରେ ଧୀରେ ତୀବ୍ର ରୂପ ନେଲା | ଏବଂ ଶେଷରେ ସ୍ୱାମୀ ପତ୍ନୀକୁ ସବୁଦିନ ପାଇଁ ଜୀବନରୁ ମାରିଦେବାକୁ ଚିନ୍ତା କଲା | ତେବେ ଏଥିପାଇଁ ସେ ପ୍ରେମ ଦିବସକୁ ବାଛିଥିଲେ।

ତେବେ ପ୍ରେମଦିବସ କିମ୍ବା ଭାଲେଣ୍ଟାଇନ ଡେ ରେ ସ୍ୱାମୀ ଅଂଶୁଳ ପତ୍ନୀଙ୍କୁ କିଛି ଉପହାର ଦେଇଥିଲେ। ରାତିରେ ଭୋଜନ କରିବା ପରେ ଅଂଶୁଲ ମେହେକ୍‌ଙ୍କ ବେକ ଚିପିଦେଇଥିଲେ। ଏହା ପରେ ମେହେକ୍‌ ଅଚେତ ହୋଇଯାଇଥିଲେ ଏବଂ ପରେ ଅଂଶୁଲ ଧାରୁଆ ଅସ୍ତ୍ରରେ ତାଙ୍କର ବେକ କାଟିଥିଲେ। କାଳେ ଆଙ୍ଗୁଠି ଛାପ ରହିଯିବ ସେଥିପାଇଁ ଅଂଶୁଲ ହାତରେ ଗ୍ଲୋଭ୍‌ସ ପରିଧାନ କରିଥିଲେ । ମେହେକ୍‌ଙ୍କ ମୃତ୍ୟୁ ହୋଇଯିବା ପରେ ଅଂଶୁଲ ନିକଟସ୍ଥ ଥାନାକୁ ଯାଇ ପୋଲିସକୁ ଗପ ଶୁଣାଇଥିଲେ | ସେ କହିଥିଲେ ଯେ, ଡକାୟତମାନେ ତାଙ୍କ ଘରେ ପ୍ରବେଶ କରି ମେହେକ୍‌ଙ୍କ ଶରୀରରୁ ସୁନା ଗହଣା ଲୁଟିବାକୁ ଉଦ୍ୟମ କରିଥିଲେ। ସେଥିରେ ମେହେକ୍‌ ବାଧାଦେବାରୁ ଡକାୟତ ମାନେ ଧାରୁଆ ଅସ୍ତ୍ରରେ ତାଙ୍କ ପତ୍ନୀର ବେକକୁ କାଟି ଦେଇଥିଲେ | ଏହା ଶୁଣିବା ପରେ ପୋଲିସର ଅଂଶୁଲଙ୍କ କଥାରେ ସନ୍ଦେହ ଆସିଥିଲା | ପରେ ପୋଲିସ ତାଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ। ଶେଷରେ ଅଂଶୁଲ ପତ୍ନୀ ମେହେକ୍‌ଙ୍କୁ ହତ୍ୟା କରିଥିବା ମାନିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ