Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାନସଭାରେ ଇନପୁଟ୍ ସବସିଡିକୁ ନେଇ ବିଜେଡି-ବିଜେପି ଭିତରେ ଯୁକ୍ତିତର୍କ!

ଭୁବନେଶ୍ଵର, ୧୮|୨: ବିଧାନସଭାରେ ଧାନ ର ଇନପୁଟ୍ ସବସିଡିକୁ ନେଇ ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଛି | ଚାଷୀ ମାନଙ୍କୁ ଇନପୁଟ୍ ସହାୟତା ଯୋଗାଇଦେବା ନେଇ ଯୋଗାଣ ମନ୍ତ୍ରୀଙ୍କ ଉତ୍ତର ପରେ ସରକାରଙ୍କୁ ବିରୋଧୀ ଦଳର ନେତାମାନେ ଟାର୍ଗେଟ୍ କରିଛନ୍ତି । ୮୦୦ ଟଙ୍କା ବଦଳରେ ୭୩୧ ଟଙ୍କା କାହିଁକି ଦିଆଯାଉଛି ବୋଲି ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି | ସେ କହିଛନ୍ତି ଯେ, ବିଜେପି ସରକାର ଚାଷୀଙ୍କୁ ୮୦୦ ଟଙ୍କା ଦେବେ ବୋଲି ଘୋଷଣା କରିଥିବା ସତ୍ତ୍ୱେ ୭୩୧ ଟଙ୍କା କାହିଁକି ଦିଆଯାଉଛି । ଚାଷୀଙ୍କୁ ୬୯ ଟଙ୍କା କାହିଁକି ବଞ୍ଚିତ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି?

ବିରୋଧୀ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଭିଯୋଗ ପରେ ବିଜେପି ନେତା ଅଶ୍ଵିନୀ ଷଡ଼ଙ୍ଗୀ ନିଜର ଜବାବ ରଖିଛନ୍ତି। ସେ ପୂର୍ଵ ସରକାରଙ୍କୁ ଆକ୍ଷେପ କରି ସେ କହିଛନ୍ତି ଯେ,ଯିଏ ୧୦୦ ଟଙ୍କା ଘୋଷଣା କରି ଦେଇନଥିଲେ, ସେମାନେ କେଉଁ ମୁହଁରେ ୮୦୦ ଟଙ୍କା କଥା କହୁଛନ୍ତି। ଆମେ ନିର୍ବାଚନ ବେଳେ ୩୧୦୦ ଟଙ୍କା ଦେବୁ ବୋଲି କହିଥିଲୁ, ଆଉ ଦେଉଛୁ ମଧ୍ୟ ।

ସୂଚନା ଯୋଗ୍ୟ, ଏବେ ଚାଷୀଙ୍କୁ କେତେ ଟଙ୍କା ଇନପୁଟ୍ ସବସିଡି ମିଳୁଛି ବୋଲି ବିଜେଡି ବିଧାୟକ ରଞ୍ଜନ ବିଶ୍ଵାଳ ପ୍ରଶ୍ନ କରିଥିଲେ। ତେବେ ଯୋଗାଣ ମନ୍ତ୍ରୀ ଏହାର ଉତ୍ତରରେ କହିଥିଲେ ଯେ, ଚାଷୀଙ୍କୁ ୮୦୦ ଟଙ୍କା ନୁହେଁ ୭୩୧ ଟଙ୍କା ଇନପୁଟ୍ ସବସିଡି ମିଳୁଛି। କେନ୍ଦ୍ର ୨୩୬୯ରେ ଧାନ କିଣୁଛି, ଏବଂ ରାଜ୍ୟ ସରକାର ୭୩୧ ଟଙ୍କା ଦେଉଛନ୍ତି। ଯଦି ସରକାର ୮୦୦ ଟଙ୍କା ଦେଇଥାନ୍ତେ ତାହେଲେ ୩୧୬୯ ଟଙ୍କାରେ ଧାନ କିଣିଥାନ୍ତେ। ଏହାପରେ ମନ୍ତ୍ରୀଙ୍କ ଉତ୍ତର ପରେ ସରକାରଙ୍କୁ ବିଜେଡି ଟାର୍ଗେଟ୍ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ