Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଠାରେ ଖୋଲିଲା ରବି ଧାନ ମଣ୍ଡି।

କୋକସରା:୨୭/୦୫ : କୋକସରା ପେକ୍ସ ରେ ରବି ଧାନ କ୍ରୟ ଆରମ୍ଭ, ପ୍ରଥମ ଦିନରେ ୪ ଚାଷି ଙ୍କ ୩୮୦ କେଜି ଧାନ କ୍ରୟ।
ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲ ରୁ ଜଳସେଚନ ଆରମ୍ଭ ହେବାପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ କୋକସରା ବ୍ଲକ ଅଞ୍ଚଳ ର ଚାଷୀମାନେ ଡାଲୁଅ ଧାନ ଚାଷ କରିଥିଲେ। କୋକସରା ବ୍ଲକ ର ମୋଟ ୫୩୩୦ ହେକ୍ଟର ଚାଷଜମି ରେ ଚଳିତ ବର୍ଷ ରବି ଧାନ ଫସଲ ଅମଳ ହୋଇଛି। ଜିଲ୍ଲା ପ୍ରଶାସନ ର ନିର୍ଦେଶ ପରେ କୋକସରା ବ୍ଲକ ରେ ଗୁରୁବାର ବ୍ଲକ ର କୋକସରା, ଲଡୁଗାଁ, ଠାରେ ଡାଲୁଅ ଧାନ କ୍ରୟ ପାଇଁ ମଣ୍ଡି ଆରମ୍ଭ ହୋଇଛି।କୋକସରା ପେକ୍ସ ପକ୍ଷରୁ ମଣ୍ଡି ଆରମ୍ଭ ହୋଇଥିବା ବେଳେ କୋକସରା, ରେଙ୍ଗାଳପାଲି ଓ ମାଝୀଗୁଡା ପଞ୍ଚାୟତ ର ୫୯୪ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ଜଣାପଡ଼ିଛି। କୋକସରା ପେକ୍ସ ପାଇଁ ୩୫ହାଜର ୫ ଶହ।କ୍ୱିଣ୍ଟାଲ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ରହିଛି ଓ ୪ ଜଣ ମିଲ କୁ ଟେଗ କରାଯାଇଛି। ମଣ୍ଡି ଆରମ୍ଭ ର ପ୍ରଥମ ଦିନରେ ୪ ଜଣ ଚାଷୀ ଙ୍କ ୩ ଶହ ୮୦ କେଜି ଧାନ କ୍ରୟ ହୋଇଥିବା ଜଣାପଡିଛି। ମଣ୍ଡି ଉଦଘାଟନ ଅବସର ରେ କୋକସରା ପେକ୍ସ ସଭାପତି ନିରଞ୍ଜନ ପ୍ରସାଦ ବାଗ ଙ୍କ ଉପସ୍ଥିତି ରେ କୋକସରା ସମବାୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଇନ୍ଦ୍ରମଣି ଧଙ୍ଗଡା ମାଝୀ ପେକ୍ସ ର ଡ଼ାଇରେକ୍ଟର ସମୁହ,ପେକ୍ସ କର୍ମଚାରୀ, ଆର.ଏମ.ସି କର୍ମଚାରୀ ଓ ଚାଷୀମାନେ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ