କ୍ରିକେଟ ବେଟିଂ ଅଭିଯୋଗରେ ରାଉରକେଲାରୁ ୬ଜଣ ଗିରଫ; ଜବତ ହୋଇଛି ୩୦ଲକ୍ଷ ଟଙ୍କା
ରାଉରକେଲା,୧୯|୨: ଟି୨୦ ବିଶ୍ୱକପ ମ୍ୟାଚ ଚାଲିଥିବା ବେଳେ ରାଉରକେଲାରୁ ବଡ ଅଭିଯୋଗ ସାମ୍ନାକୁ ଆସିଛି | ବେଟିଂ ଅଭିଯୋଗରେ ରାଉରକେଲାରୁ ୬ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଗିରଫରେ ସେମାନଙ୍କ ଠାର ବିଡା ବିଡା ନୋଟ୍ ପୋଲିସ ଦ୍ୱାରା ଜବତ କରାଯାଇଛି । ଏଥିରେ ସମୁଦାୟ ୩୦ଲକ୍ଷ ଟଙ୍କା ଜବତ ହୋଇଛି ବୋଲି ରାଉରକେଲା ଏସପି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତକାଲି କ୍ରିକେଟ ବେଟିଂ ଅଭିଯୋଗରେ ୫ଟି ସ୍ଥାନରେ ଏକାସାଙ୍ଗେ ଚଢାଉ କରିଥିଲା ପୁଲିସ । ପୁଲିସର ଏହି ସ୍ୱତନ୍ତ୍ର ଟିମ୍ ରାଉରକେଲା ପ୍ଲାଣ୍ଟସାଇଟ୍, ଉଦିତ ନଗର, ରଘୁନାଥ ପାଲି, ବ୍ରାହ୍ମଣୀ ତରଙ୍ଗ ଓ ଟାଙ୍ଗରପାଲି ଥାନା ସମେତ ବିଭିନ୍ନ ଅଞ୍ଚଳରେ ଏକାସାଙ୍ଗେ ଚଢାଉ କରିଥିଲା । ଆଉ ଏହି ଚଢ଼ାଉରୁ ପୋଲିସ ପକ୍ଷରୁ ମୋଟ ୩୦ଲକ୍ଷ ଟଙ୍କା ଜବତ ହୋଇଛି |

