Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛିଲିପାମାଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଲଡୁଗାଁ ଦଳ ଚମ୍ପିୟାନ।

କଳାହାଣ୍ଡି,୨୨/୦୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଛିଲିପାମାଲ ଗ୍ରାମ ଠାରେ ମା ମାଉଳି କ୍ରିକେଟ ଆସୋସିଏସନ ପକ୍ଷରୁ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।।ଏହି ଉଦଯାପିତ ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ଙ୍କ କୋକସରା ବ୍ଲକ ପ୍ରତିନିଧି ତ୍ରିନାଥ ଶବର ଓ ସମ୍ମାନିତ ଅତିଥି ଭାବେ ବିଜେପି ଯୁବନେତା ନବୀନ ଖର୍ସେଲ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟ ର ଫାଇନାଲର ଝାରବନ୍ଧ ଓ ଲଡୁଗାଁ ଦଳ ଖେଳାଳି ଙ୍କୁ ଅତିଥି ପରିଚୟ ପର୍ବ ରେ ଭେଟି ଉତ୍ସାହିତ କରିଥିଲେ। ସଙ୍ଘର୍ଷପୂର୍ଣ୍ଣ ଫାଇନାଲରେ ଟସ ଜିତି ଝାରବନ୍ଧ ପ୍ରଥମେ ବ୍ୟାଟିଙ୍ଗ କରିବା ନିଷ୍ପତି ନେଇଥିଲେ ଓ ୧୨ ଓଭର୍ ରେ ୯୦ ରନ ସଂଗ୍ରହ କରିଥିଲେ।ଜବାବ ରେ ଲଡୁଗାଁ ଦଳ ୯ ଓଭର ୪ ବଳ୍ ରେ ୯୧ ରନ୍ କୁ ଚେସ କରିଥିଲେ ଓ ଚାମ୍ପିଅନ ହୋଇଥିଲେ। ଖେଳ ପରିଚାଳନା ରେ ଅମ୍ପିୟାର ଭାବେ ଆଶିଷ ପୁଞ୍ଜି, ଆଶୁତୋଷ ପଣ୍ଡା ଓ କମେଣ୍ଟ ଟେଟର ଭାବେ ଉତ୍ତମ କୁମାର ଖର୍ସେଲ ସହଯୋଗ କରିଥିଲେ। ଉପସ୍ଥିତ ଅତିଥିମାନେ ବିଜେତା ଲଡୁଗାଁ ଓ ଉପ ବିଜେତା ଝାର ବନ୍ଧ ଦଳ କୁ ଟ୍ରଫି ସହ ପୁରସ୍କୃତ ରାଶି ପ୍ରଦାନ କରିଥିଲେ। ମା ମାଉଳି କ୍ରିକେଟ ସଚିନ,ଉତ୍ତମ, ଆଶୁ, ଅମିତ,ରିଙ୍କୁ, ଯତୀନ,ସରୋଜ,ଅମିତ, ଫାନ୍ତୁଶ, ଭୁବଶ୍ୟ ଆସୋସିଏସନ ପକ୍ଷରୁ ଆୟୋଜକ କମିଟି ର ଯୁବଗୋଷ୍ଠୀ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ