Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରକ ଚାପା ରେ ବାଇକ ସମେତ ଯୁବକ ଗୁରୁତର, ଦିର୍ଘ ସମୟ ପରେ ଉଦ୍ଧାର ହେଲେ ଗୁରୁତର ଯୁବକ।

କଳାହାଣ୍ଡି,୨୩/୦୨
ରଖେ ହରି ତ ମାରେ କିଏ ଆଜି ସନ୍ଧ୍ୟାରେ ଟ୍ରକ ଚାପା ରେ ଆସି ଜଣେ ବାଇକ ଚାଳକ ଯୁବକ ଟ୍ରକ ସାମ୍ନା ଚାପି ହୋଇ ରହିଥିଲା। ତେବେ ଦିର୍ଘ ସମୟ ପରେ ସ୍ଥାନୀୟ ଯୁବକ ଓ ଦମକଲ କର୍ମଚାରୀ ମାନେ ଟ୍ରକ ତଳେ ଚାପି ହୋଇଥିବା ଯୁବକ କୁ ଉଦ୍ଧାର କରିଥିଲେ।ତେବେ ସୌଭାଗ୍ୟ ବଶତଃ ଗୁରୁତର ଯୁବକ ଙ୍କ ଜୀବନ ରକ୍ଷା ପାଇ ଯାଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇ ରଖେ ହରି ତ ମାରେ କିଏ ବୋଳି କହିଛନ୍ତି ।
ସୂଚନା ମତେ ସୋମବାର ଜାତୀୟ ରାଜପଥ ୨୬ କୋକସରା ଗ୍ରାମ ନିକଟରେ ସନ୍ଧ୍ୟାରେ ଏକ ପାଇପ ବୋଝେଇ ଟ୍ରକ ନମ୍ବର ଟିଏନ ୫୨ ଏଇ ୯୫୧୪ ସାମ୍ନା ପଟୁ ଆସୁଥିବା ଏକ ବାଇକ ନମ୍ବର ଓଡ଼ି ୦୮ ଏନ ୧୭୩୭ କୁ ଧକ୍କା ଦେଵାରୁ ବାଇକ ଓ ଚାଳକ ଟ୍ରକ ତଳେ ଚାପି ହୋଇ ଯାଇଥିବା ବେଳେ ବାଇକ ପଛ ରେ ବସିଥିବା ଅନ୍ୟଜଣେ ଛିଟିକି ପଡ଼ିଥିଲେ।ତେବେଦୁର୍ଘଟଣା ଖବର ପାଇ ସ୍ଥାନୀୟ ଯୁବକ ଙ୍କ ସମେତ ଦମକଳ କର୍ମଚାରୀ ,ପୋଲିସ ପହଞ୍ଚି ଜେସିବି ସାହାଯ୍ୟରେ ଟ୍ରକ ରୁ ଚାପି ହୋଇଥିବା ଯୁବକ କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଦୁର୍ଘଟଣା ଗ୍ରସ୍ତ ଯୁବକ ସୁରକ୍ଷିତ ଥିବା ଜଣାପଡିଛି। ଗୁରୁତର ଯୁବକ ହେଲେ ଛିଲିପା ମାଲ ଗ୍ରାମର ଚିନୁ ନାଗ (୨୦) ଓ ତାଙ୍କ ସହିତ ଥିବା ତାଙ୍କ ସମ୍ପର୍କୀୟ ଭେଣୋଇ ଚିଲିଗୁଡା ଗ୍ରାମ ର ଉପେନ୍ଦ୍ର ହଂସ ବୋଳି ଜଣାପଡିଛି। କୋକସରା ପୋଲିସ ଦୁର୍ଘଟଣା ଟ୍ରକ ଓ ବାଇକ କୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ