Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇଏଏସ୍ ଅଧିକାରୀ ଅରିନ୍ଦମ ଡାକୁଆଙ୍କ ନାଁରେ ଟଙ୍କା ଲୁଟୁଛନ୍ତି ସାଇବର ଠକ!

ଭୁବନେଶ୍ୱର,୨୪|୨: ଆଇଏଏସ ଅଧିକାରୀ ମାନଙ୍କୁ ମଧ୍ୟ ସାଇବର ଠକ ମାନଙ୍କର ଡର ନାହିଁ | ବରିଷ୍ଠ ଆଇଏଏସ ଅଧିକାରୀ ଅରିନ୍ଦମ ଡାକୁଆଙ୍କ ନାଁରେ ସାଇବର ଠକ ଲୁଟୁଛନ୍ତି ଟଙ୍କା । ଏନେଇ ସାଇବର ଥାନାରେ ଅଧିକାରୀ ଅଭିଯୋଗ କରିଛନ୍ତି । ଅରିନ୍ଦମ ଡାକୁଆଙ୍କ ପରିଚୟକୁ ବ୍ୟବହାର କରି ଲୋକଙ୍କୁ ଟଙ୍କା ମାଗୁଛନ୍ତି ସାଇବର ଠକ । ଏକାଧିକ ଲୋକଙ୍କଠାରୁ ଟଙ୍କା ଲୁଟିଛନ୍ତି ସାଇବର ଲୁଟେରା । ଏନେଇ ଜାଣିବା ପରେ ଅରିନ୍ଦମ ଡାକୁଆ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ନାମ ଓ ବ୍ୟକ୍ତିଗତ ତଥ୍ୟକୁ ଅଜଣା ବ୍ୟକ୍ତିମାନେ ଅପବ୍ୟବହାର କରୁଥିବାରୁ ସାଇବର୍ ପୁଲିସ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି ।

ତେବେ ସାଇବର ଲୁଟେରା ଯେଉଁ ମୋବାଇଲ ନମ୍ବରକୁ ବ୍ୟବହାର କରୁଥିଲେ ତାହା ଅଧିକାରୀଙ୍କ ନାମରେ ନାହିଁ | ଏହା ସଂଚାର ସାଥୀ ଆପରୁ ଜଣାପଡିଛି | ଏହା ସେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।ୱେବଳି ଅପରାଧିକ କାର୍ଯ୍ୟାକଳାପ ବୃଦ୍ଧି କରୁଥିବା ସାଇବର ଠକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଶ୍ରୀ ଅରବିନ୍ଦ ଡାକୁଆ ,୨୦୧୧ ବ୍ୟାଚ୍ ଓଡ଼ିଶା କ୍ୟାଡ୍ର ଆଇଏଏସ୍, ବର୍ତ୍ତମାନ ନିର୍ଦ୍ଦେଶକ, ପୌର ପ୍ରଶାସନ ତଥା ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ସାଇବର ଅପରାଧୀ ମାନେ ତାଙ୍କ ନାମରେ ଏକ ମୋବାଇଲ୍ ନମ୍ବର ଏବଂ ଇମେଲ୍ ଆଇଡି ବ୍ୟବହାର କରୁଥିବା ଜଣାପଡ଼ିଛି, ଯାହା ଏୟାରଟେଲ୍ କମ୍ପାନୀଦ୍ୱାରା “ଶ୍ରୀ ଡାକୁଆ” ନାମରେ ଜାରି କରାଯାଇଛି ।

ଅଧିକାରୀଙ୍କ ପରିଚୟକୁ ନେଇ ଏଭଳି ଅପରାଧିକ କାର୍ଯ୍ୟାକଳାପ କରିବା ଏକ ଗମ୍ଭିରାତାର ବିଷୟ | ଏପରି ଜାଲ୍ ନମ୍ବର ଓ ଇମେଲ୍ ମାଧ୍ୟମରେ ଲୋକଙ୍କୁ ଠକାଇବା, ଜାଲ୍ ଚାକିରି ପ୍ରସ୍ତାବ, ଆର୍ଥିକ ଠକେଇ କିମ୍ବା ଅନ୍ୟାନ୍ୟ ସାଇବର୍ ଅପରାଧ କରାଯାଇଥାଏ ବୋଲି ସନ୍ଦେହ କରାଯାଉଛି । ତେବେ ପୁଲିସ୍ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ନିଜର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ