Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଡିଗ୍ରୀ ମହାବିଦ୍ୟାଳୟ ରେ ଆତ୍ମରକ୍ଷା ଶିବିର ଉଦଯାପିତI

କଳାହାଣ୍ଡି୨୪/୦୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ଙ୍କ ପାଇଁ ଆତ୍ମରକ୍ଷା ସୁରକ୍ଷା ଶିବିର କାର୍ଯ୍ୟକ୍ରମ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଉଦଘାଟନି ଅବସରରେ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର ଙ୍କ ସଭାପତିତ୍ୱ ରେ ମହିଳା ପୋଲିସ କର୍ମଚାରୀ ମମତା ଶବର ଯୋଗଦେଇ ମହିଳା ଙ୍କ ପାଇଁ କର୍ମମୟ ଜୀବନରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଜରୁରୀ ବୋଳି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ରେ ଅଧ୍ୟାପକ ସୁବ୍ରତ କୁମାର ବେହେରା, ଅଶ୍ୱିନୀ କୁମାର ପଟ୍ଟନାୟକ, ଜଗନ ଚନ୍ଦାନି, ଅଧ୍ୟାପିକା କନକ ମଞ୍ଜରୀ ବେହେରା, ଶୁଭଶ୍ରୀ ସାହୁ,ବେଦମତି ବାରିକ ଓ ଆତ୍ମରକ୍ଷା ସୁରକ୍ଷା ପ୍ରଶିକ୍ଷିକା ପ୍ରିୟଦର୍ଶନୀ ବେହେରା ଉପସ୍ଥିତ ରହିଥିଲେ। । ଏହି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅଵସର ରେ ଡିଗ୍ରୀ ମହାବିଦ୍ୟାଳୟ ର ଯୁକ୍ତ ୩ ପ୍ରଥମ ବର୍ଷ ର ଛାତ୍ରୀ ମାନେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ନେବାସହ ଆଗକୁ ଏହି ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ତାଙ୍କ ପରବର୍ତ୍ତୀ ଜୀବନ ରେ ସୁରକ୍ଷା କବଚ ଭଳି କାର୍ଯ୍ୟ ରେ ଆସିବ ବୋଳି କହିଛନ୍ତି।ଆତ୍ମ ସୁରକ୍ଷା ଶିବିର ରେ ଅଂଶଗ୍ରହଣ କରିଥିବା ଛାତ୍ରୀ ଙ୍କୁ ମାନପତ୍ର ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ