Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁନା ଦରରେ ଅହେତୁକ ବୃଦ୍ଧି! ରୂପା କିଲୋଗ୍ରାମ ପିଛା ୨ଲକ୍ଷ ୮୫ହଜାର ଟଙ୍କା

ଭୁବନେଶ୍ୱର,୨୫|୨: ସୁନା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି | ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଗ୍ରାହକ | ପ୍ରତି ଦିନ ଦର ବୃଦ୍ଧି ପାଇ ସୁନା ୧ଲକ୍ଷ ୬୦ହଜାର ଉପରେ ପହଞ୍ଚିଲାଣି । ତେବେ ଆଜି ୨୪କ୍ୟାରେଟ ସୁନାର ଦାମ୍‌ ୧୦ ଗ୍ରାମ୍‌ ପିଛା ୧୧୦ ଟଙ୍କା ବୃଦ୍ଧି ହୋଇ ୧ଲକ୍ଷ ୬୨ହଜାର ୪୦ଟଙ୍କାରେ ପହଞ୍ଚିଛି । ଯେଉଁଠାରେ ଗତକାଲି ୨୪କ୍ୟାରେଟ ସୁନାର ଦାମ ୧ଲକ୍ଷ ୬୧ହଜାର ୯୩୦ଟଙ୍କା ରହିଥିଲା ।

ସେହପିରି ୨୨କ୍ୟାରେଟ୍‌ ସୁନାର ଦାମ ୧୦ଗ୍ରାମ୍‌ ପିଛା ୧୦୦ ଟଙ୍କା ବୃଦ୍ଧି ହୋଇଛି । ୨୨କ୍ୟାରେଟ ସୁନାର ଦାମ୍‌ ଆଜି ୧ଲକ୍ଷ ୪୮ହଜାର ୫୫୦ ଟଙ୍କାରେ ପହଞ୍ଚିଛି । ଯାହାର ଦାମ ଗତକାଲି ୧ଲକ୍ଷ ୪୮ହଜାର ୪୫୦ଟଙ୍କା ରହିଥିଲା । ଅନ୍ୟପଟେ, ରୂପା ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ | ରୂପା କିଲୋଗ୍ରାମ ପିଛା ୨ଲକ୍ଷ ୮୫ହଜାର ଟଙ୍କା ରହିଛି । ସୁନା ଓ ରୂପା ଦରରେ ଆକାଶ ଛୁଆଁ ବୃଦ୍ଧି ଯୋଗୁ ସାଧାରଣ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିବାହ ଋତୁ ଏବେ ଚାଲିଥିବାରୁ ବିବାହ ପାଇଁ ସୁନା କିଣୁଥିବା ଗ୍ରାହକମାନଙ୍କୁ ଏହି ଦର ବେଶୀ ଦାଉ ସାଧୁଛି ବୋଲି ଲୋକେ ପ୍ରତିକ୍ରିୟା ଦେଉଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ