କେରଳ ପରେ, ବଦଳିବକି ଦିଲ୍ଲୀର ନାଁ ?
ନୂଆଦିଲ୍ଲୀ,୨୫|୨: ଗତକାଲି ପ୍ରଧାମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ କେରଳ ରାଜ୍ୟର ନାମ ପରିବର୍ତ୍ତନ କରି “କେରଳମ” ରଖିବାକୁ ମଞ୍ଜୁରୀ ଦେଇଥିଲେ। ଏହା ପରେ ଏବେ ଦିଲ୍ଲୀର ନାମ ପରିବର୍ତ୍ତନ ପାଇଁ ମଧ୍ୟ ଦାବି ଉଠିଛି। ବିଜେପି ସାଂସଦ ପ୍ରବୀଣ ଖଣ୍ଡେଲୱାଲ ଦିଲ୍ଲୀର ନାମ ପରିବର୍ତ୍ତନ କରି ଇନ୍ଦ୍ରପ୍ରସ୍ଥ କରିବାକୁ ଦାବି କରିଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଚିଠି ପତ୍ର ଲେଖିଛନ୍ତି। ଦିଲ୍ଲୀର ପୂର୍ବ ଗୌରବକୁ ଫେରାଇ ଆଣିବାକୁ ଚାନ୍ଦନୀ ଚୌକ ନିର୍ବାଚନ ମଣ୍ଡଳୀର ବିଜେପି ସାଂସଦ ପ୍ରବୀଣ ଖଣ୍ଡେଲୱାଲ ଏହି ପ୍ରୟାସ ଆରମ୍ଭ କରିଛନ୍ତି।
ସୂଚନାଅନୂସାରେ, ସାଂସଦ ଦିଲ୍ଲୀର ନାମକୁ ଇନ୍ଦ୍ରପ୍ରସ୍ଥ କରିବା ଉପରେ ଚିନ୍ତା କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ସାଂସଦ କହିଛନ୍ତିଯେ, ଏହା ଭାରତର ରାଜଧାନୀର ଐତିହାସିକ ଏବଂ ସଭ୍ୟତାଗତ ପରିଚୟକୁ ପୁନଃସ୍ଥାପିତ କରିବାରେ ସହଯୋଗ କରିବ | ସେ ଏହା ମଧ୍ୟ ପରାମର୍ଶ ଦେଇଥିଲେ ଯେ, ପାଣ୍ଡବମାନଙ୍କ ପ୍ରତିମୂର୍ତ୍ତି ଦିଲ୍ଲୀର ଅନ୍ୟ କୌଣସି ସ୍ଥାନରେ, ସମ୍ଭବତଃ ପୁରୁଣା କିଲ୍ଲାରେ ସ୍ଥାପନ କରାଯିବା ଉଚିତ। ଯାହା ଦ୍ୱାରା ଦିଲ୍ଲୀର ପ୍ରାଚୀନ ସାଂସ୍କୃତିକ ଏବଂ ଐତିହାସିକ ଗୌରବ ପରିଚୟ ପୁଣିଥରେ ଫେରି ଆସିବ |

