ଡିଫାଇନ କଳାହାଣ୍ଡିର ପ୍ରତିଷ୍ଠାତା ସଦସ୍ୟ ସ୍ବର୍ଗତ ରଶ୍ମି ରଞ୍ଜନ ପ୍ରଧାନ ଙ୍କ ଶ୍ରଦ୍ଧାଞ୍ଜଳି ସଭା।
କଳାହାଣ୍ଡି,୨୫/୦୨
ଡିଫାଇନ କଳାହାଣ୍ଡି ର ପ୍ରତିଷ୍ଠାତା ସଦସ୍ୟ ସ୍ବର୍ଗତ ରଶ୍ମି ରଞ୍ଜନ ପ୍ରଧାନ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଡିଫାଇନ କଳାହାଣ୍ଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ବର୍ଗତ ପ୍ରଧାନ ୧୯୬୫ ରେ ଭବାନୀପାଟଣା ବାହାଦୁର ବଗିଚା ପଡ଼ା ରେ ଜନ୍ମ ଗ୍ରହଣ କରିଥିବା ବେଳେ ଗତ ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କୁ ମୃତ୍ୟୁ ବେଳକୁ ୬୧ ବର୍ଷ ହୋଇଥିଲା । ଭବାନୀପାଟଣା ମାଣିକେଶ୍ଵରୀ ଉଚ୍ଚ ବିଦ୍ୟାଳୟ ରେ ଅଧ୍ୟୟନ କରିବା ପରେ ସରକାରୀ ସ୍ଵଂୟ ଶାସିତ ମହା ବିଦ୍ୟାଳୟ ରେ ଅଧ୍ୟୟନ କରିଥିଲେ । ପରେ ସେ ଠିକା କାର୍ଯ୍ୟ କରୁଥିଲେ । ମୃତ୍ୟୁ ପୂର୍ବରୁ କାର୍ଯ୍ୟ କରିବା ସମୟରେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା ପରେ ତାଙ୍କୁ ମେଡିକାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଭବାନୀପାଟଣା ସହର ରେ ଶୋକାକୁଳ ପରିବେଶ ଦେଖା ଦେଇଥିଲା । ମୃତ ରଶ୍ମି ରଞ୍ଜନ ପ୍ରଧାନ କଳାହାଣ୍ଡି ଜିଲ୍ଲାର ଡିଫାଇନ କଳାହାଣ୍ଡି ର ପ୍ରତିଷ୍ଠାତା ସଦସ୍ୟ ଥିଲେ । ସେ ଦୀର୍ଘ ବର୍ଷ ହେବ ଡିଫାଇନ କଳାହାଣ୍ଡି ସହ ଜଡ଼ିତ ଥିବା ସହ ଡିଫାଇନ କଳାହାଣ୍ଡି ର ଅଧ୍ୟକ୍ଷ ମଧୁ ମହାନ୍ତି ଙ୍କ ସହ ଜଡ଼ିତ ଥିଲେ ଓ ସୁସମ୍ପର୍କ ଥିଲା । ଆଜି ଭବାନୀପାଟଣା ସହର ଟାଉନ ହଲ୍ ଠାରେ ସ୍ବର୍ଗତ ରଶ୍ମି ରଞ୍ଜନ ପ୍ରଧାନ ଙ୍କ ବିୟୋଗ ରେ ଡିଫାଇନ କଳାହାଣ୍ଡି ତରଫରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସ୍ବର୍ଗତ ରଶ୍ମି ରଞ୍ଜନ ପ୍ରଧାନ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଡିଫାଇନ କଳାହାଣ୍ଡି ର ଅଧ୍ୟକ୍ଷ ମଧୁ ମହାନ୍ତି ସ୍ବର୍ଗତ ରଶ୍ମି ରଞ୍ଜନ ପ୍ରଧାନ ଙ୍କ ସ୍ମୃତିଚରଣ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ସ୍ବର୍ଗତ ରଶ୍ମି ରଞ୍ଜନ ପ୍ରଧାନ ଜଣେ ମେଲପି,ମିଷ୍ଟଭାଷୀ, ଭଦ୍ର,ନମ୍ର,ପରୋପକାରୀ ମଣିଷ ଥିଲେ । ତାଙ୍କ ମୃତ୍ୟୁ ଡିଫାଇନ କଳାହାଣ୍ଡି ପାଇଁ ଏକ ଅପୂରଣୀୟ କ୍ଷତି ଓ ତାଙ୍କ ସ୍ଥାନ କେହି ନେଇ ପାରିବେ ନାହିଁ, ତାଙ୍କ ପରିବାର ଙ୍କୁ ଭଗବାନ ସହାୟ ହୁଅନ୍ତୁ ବୋଲି କହିବା ସହ ଡିଫାଇନ କଳାହାଣ୍ଡି ସବୁବେଳେ ସ୍ବର୍ଗତ ପ୍ରଧାନ ଙ୍କ ପରିବାର ସହ ଅଛି ବୋଲି ଡିଫାଇନ କଳାହାଣ୍ଡି ଅଧ୍ୟକ୍ଷ ମଧୁ ମହାନ୍ତି ପ୍ରକାଶ କରିଥିଲେ । ଏହା ସହ ତାଙ୍କ ବାଲ୍ୟ ବନ୍ଧୁ ସମେତ ବୁଦ୍ଧିଜୀବୀ,ସମାଜସେବୀ ବହୁ ବିଶିଷ୍ଟ ରାଜନୈତିକ ଦଳର ନେତା,କର୍ମୀ ମାନେ ସାମିଲ ହୋଇଥିବା ବେଳେ ବହୁ ସଂଖ୍ୟା ରେ ମହିଳା ଓ ପୁରୁଷ ସାମିଲ ହେବା ସହ ସ୍ବର୍ଗତ ରଶ୍ମି ରଞ୍ଜନ ପ୍ରଧାନ ଙ୍କ ପରିବାର ବର୍ଗ ମଧ୍ୟ ଏହି ଶ୍ରଦ୍ଧାଞ୍ଜଳି ସଭା ରେ ଉପସ୍ଥିତ ଥିଲେ । ଉକ୍ତ ସଭା କୁ ଜୟନ୍ତ ନାଏକ ପରିଚାଳନା କରିଥିବା ବେଳେ ପ୍ରଣବ ଭୋକ୍ତା,କାଳିଆ ସରାଫ,ମନୀନ୍ଦ୍ର ମହାନ୍ତି,ଟୁକୁ ରାଉତ,ସୁନନ୍ଦ ପଟ୍ଟନାୟକ,ଅମୂଲ୍ୟ ପାଢ଼ୀ,ମିଲୁ ମୁଣ୍ଡ,କିଶନ ଶର୍ମା,କୃଷ୍ଣ କୁମାର ସାହା,ଚୋଲ ଶଙ୍କର କହଁର ,ନିରଞ୍ଜନ ହାତୀ ଙ୍କ ସମେତ ବହୁ ଲୋକ ଉପସ୍ଥିତ ଥିଲେ ।

