ଦୁଇଦିନିଆ ଇସ୍ରାଏଲ ଗସ୍ତରେ ନରେନ୍ଦ୍ର ମୋଦୀ! ଭାରତ–ଇସ୍ରାଏଲ ସମ୍ପର୍କ ହେବ ଆହୁରି ମଜବୁତ
ନୂଆଦିଲ୍ଲୀ,୨୬|୨: ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଗସ୍ତରେ ଯାଇ ଗତ ବୁଧବାର ଇସ୍ରାଏଲରେ ପହଞ୍ଚିଛନ୍ତି | ଇସ୍ରାଏଲୀ ପ୍ରତିନିଧି ବେଞ୍ଜାମିନ ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ମୋଦୀ ଇସ୍ରାଏଲ ଯାଇଛନ୍ତି।ଇସ୍ରାଏଲ ପ୍ରଧାନମନ୍ତ୍ରୀ ତାଙ୍କ ପତ୍ନୀ ସାରା ନେତାନ୍ୟାହୁଙ୍କ ସହିତ ବେନ୍ ଗୁରିଅନ୍ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହା ହେଉଛି ପ୍ରଧାମନ୍ତ୍ରୀଙ୍କ ଦ୍ୱିତୀୟ ଗସ୍ତ |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୨୫, ୨୦୨୬ ରେ ଇସ୍ରାଏଲର ପାର୍ଲାମେଣ୍ଟ “କନେସେଟ୍” ରେ ଯୋଗ ଦେବା ସହିତ ନିଜର ବକ୍ତବ୍ୟ ଦେଇଥିଲେ, ଯାହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ଐତିହାସିକ ଘଟଣା । ସେ ତାଙ୍କର ଭାଷଣରେ କହିଥିଲେ ଯେ, ଆତଙ୍କବାଦ ବିରୋଧ ଲଢ଼େଇରେ ଭାରତ ଇସ୍ରାଏଲ ସହିତ ଠିଆ ହୋଇଛି ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନେହୁ, ନରେନ୍ଦ୍ର ମୋଦୀଙ୍କ ସମ୍ମୁଖରେ କହିଥିଲେ ଯେ ପ୍ରଥମ ବିଶ୍ୱଯୁଦ୍ଧରେ ହାଇଫାରେ ଭାରତୀୟ ସୈନିକମାନଙ୍କ ବଳିଦାନ, ଭାରତ–ଇସ୍ରାଏଲ ସମ୍ପର୍କର ଏକ ଐତିହାସିକ ଉଦାହରଣ । ସେ ସିନ୍ଧୁ ଉପତ୍ୟକା ଓ ଜୋର୍ଡାନ ଉପତ୍ୟକାର ପ୍ରାଚୀନ ସଭ୍ୟତାର ସମାନତା ଉଲ୍ଲେଖ କରି ଦୁଇ ଦେଶର ଗଭୀର ସାଂସ୍କୃତିକ ଓ ଐତିହାସିକ ସମ୍ପର୍କକୁ ଉଲ୍ଲେଖ କରିଛନ୍ତି । ନେତାନ୍ୟାହୁ କହିଛନ୍ତି, “ଆମେ ଆମର ବାଣିଜ୍ୟକୁ ଦ୍ୱିଗୁଣିତ କରିବା ସହିତ, ଭାରତ ଏବଂ ଇସ୍ରାଏଲର ପରସ୍ପରର ସହଯୋଗୀତା ଏବଂ ବୁଝାମଣାକୁ ଉନ୍ନତି କରିଛୁ।” ସେ ଆହୁରି ମଧ୍ୟ କହିଛନ୍ତି, “ସହଯୋଗ ଏପରି ଭାବରେ ବୃଦ୍ଧି ପାଇଛି ଯାହାକୁ ମୁଁ ବର୍ଣ୍ଣନା ମଧ୍ୟ କରିପାରିବି ନାହିଁ ।”
ଦୁଇଦିନିଆ ଗସ୍ତ ସମୟରେ ନରେନ୍ଦ୍ର ମୋଦୀ ଓ ବେଞ୍ଜାମିନ ନେତ୍ୟାନେହୁ ଗତ ଦୁଇ ବର୍ଷର ସହଯୋଗ ପ୍ରଗତିକୁ ସମୀକ୍ଷା କରିବା ନେଇ ସୂଚନା ରହିଛି । ବିଜ୍ଞାନ–ପ୍ରଯୁକ୍ତି, କୃଷି, ଜଳ ପରିଚାଳନା, ପ୍ରତିରକ୍ଷା, ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କରେ ଆଗକୁ କିପରି ବୃଦ୍ଧି କରାଯାଇପାରିବ ସେନେଇ ମଧ୍ୟ ଆଲୋଚନା କରିବେ।
NDTVର ରିପୋର୍ଟ ଅନୁସାରେ, ୧୯୯୨ରେ ଭାରତ–ଇସ୍ରାଏଲ ବାଣିଜ୍ୟ ମାତ୍ର $୨୦୦ମିଲିୟନ ଥିଲା, କିନ୍ତୁ ୨୦୨୨-୨୩ରେ ଏହା ପ୍ରାୟ $୧୦.୭୭ବିଲିୟନକୁ ବଢ଼ିଛି। ଦୁଇ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ପ୍ରାୟ $୯ ବିଲିୟନର ଚୁକ୍ତି କରିବାକୁ ମଧ୍ୟ ଆଲୋଚନା କରୁଛନ୍ତି ।

