Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Delhi-NCR Rain: ଦିଲ୍ଲୀ-NCRରେ ପ୍ରବଳ ବର୍ଷା, ଜଳ ଜମିବାରୁ ଟ୍ରାଫିକ୍‌ ଓ ନବରାତ୍ରୀ ଦର୍ଶନ ପ୍ରଭାବିତ

ନୂଆଦିଲ୍ଲୀ: ସୋମବାର ଦିଲ୍ଲୀ-NCRରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାରୁ ପାଗ ବଦଳିଯାଇଛି। ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ ଓ ଗାଜିଆବାଦରେ ତାପମାତ୍ରା କମିବାରୁ ହାଲୁକା ଥଣ୍ଡା ଅନୁଭବ ହୋଇଛି। ତେବେ ବର୍ଷା ଯୋଗୁଁ କେତେକ ଅଞ୍ଚଳରେ ରାସ୍ତାରେ ପାଣି ଜମିଥିବାରୁ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି |

କନଟ୍ ପ୍ଲେସ୍‌, କାଳକାଜୀ ମନ୍ଦିର ଓ ଝଣ୍ଡେୱାଲାନ ମନ୍ଦିର ଆଖପାଖ ଅଞ୍ଚଳରେ ମଧ୍ୟ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ଝଣ୍ଡେୱାଲାନ ମନ୍ଦିର ନିକଟରେ ପାଣି ଜମିବାରୁ ନବରାତ୍ରୀର ଦ୍ୱିତୀୟ ଦିନରେ ମା’ଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତମାନେ ଯିବାଆସିବାରେ ଅସୁବିଧା ଭୋଗିଛନ୍ତି।

ପାଣିପାଗର ଏହି ପରିବର୍ତ୍ତନ ପଛରେ ପଶ୍ଚିମା ଝଡ଼ର ପ୍ରଭାବ ଥିବା କୁହାଯାଉଛି। ବର୍ଷା ଯୋଗୁଁ ଗୋଟିଏ ପଟେ ଲୋକଙ୍କୁ ଗରମରୁ ଆଶ୍ୱସ୍ତି ମିଳିଥିବା ବେଳେ ଅନ୍ୟପଟେ ଜଳ ଜମିବା ଓ ଟ୍ରାଫିକ୍‌ ସମସ୍ୟା ଦୈନନ୍ଦିନ ଯାତାୟାତକୁ ପ୍ରଭାବିତ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories