ବିଜେଡିର ପ୍ରାର୍ଥୀ ଘୋଷଣାକୁ ନେଇ ଅସନ୍ତୋଷ ଝାଡିଲେ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ!
ଭୁବନେଶ୍ୱର,୨୮|୨: ଆଜି ବିଜେଡିର ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା ହୋଇଛି। ଦୁଇ ଜଣଙ୍କୁ ପ୍ରାର୍ଥୀ ପାଇଁ ମିଳିଛି ଭୋଟ | ସଂତୃପ୍ତ ମିଶ୍ର ଏବଂ ଦତ୍ତେଶ୍ବର ହୋତାଙ୍କ ନାମରେ ବାଜିଛି ମୋହର | ତେବେ ଦଳର ସୁପ୍ରିମୋଙ୍କ ପ୍ରାର୍ଥୀ ଘୋଷଣା ପରେ ଦଳରେ ବିବାଦ ଦେଖାଦେଇଛି | ସଂତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ଟିକେଟ ମିଳିବା ନେଇ ନବୀନ ନିବାସରେ ଦେଖାଦେଇଛି ବିବାଦ | ବିଜେଡିର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ଏବଂ ସୌଭିକ ବିଶ୍ୱାଳ ସଂତୃପ୍ତଙ୍କ ମିଶ୍ରଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଥିବା ନିଷ୍ପତ୍ତିକୁ ବିରୋଧ କରି ନିଜର ଅସନ୍ତୋଷ ଝାଡିଛନ୍ତି | ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ କହିଛନ୍ତିଯେ, ଯିଏ ଦଳ ପାଇଁ କୌଣସି କାମ କରି ନାହାନ୍ତି ତାଙ୍କୁ ପ୍ରାର୍ଥୀ ଭାବେ ଟିକେଟ ନ ଦିଆଯାଇ ବରଂ ଦଳ ପାଇଁ ଯିଏ ଦଳ ପାଇଁ କାମ କରିଛନ୍ତି ତାଙ୍କୁ ପ୍ରାର୍ଥୀ କରିବା କଥା।
ଏହା ହେଉଛି ଏକପାଖିଆ ନିଷ୍ପତ୍ତି, ଏଥିରୁ ସ୍ପଷ୍ଟ ହେଉଛି ଯେ, ସମସ୍ତେ ମିଶି ଏ ନିଷ୍ପତ୍ତି ନେଇ ନାହାନ୍ତି। ଏହାସହିତ ଦଳର ୪ ହଜାର କୋଟି କିଏ ନେଇଗଲା କହି ଆକ୍ଷେପ ମଧ୍ୟ କରିଛନ୍ତି ପ୍ରଭାତ ବିଶ୍ୱାଳ | ଦଳ ପାଇଁ ମୁଁ ଅନେକ ତ୍ୟାଗ ସ୍ବୀକାର କରିଛି ବୋଲି ସେ କହିଛନ୍ତି। ମୁଁ ଦଳର କ୍ଷତି କି ନାହିଁ ବରଂ ଦଳ ମୋର ଅନେକ କ୍ଷତି କରିଛି | ଏହାର ନବୀନ ବାବୁ ଆଲୋଚନା କରନ୍ତୁ। ଯଦି ଆଲୋଚନା ନ କରିବେ ତେବେ ମୁଁ ଦଳ ଛାଡିବା ନିଷ୍ପତ୍ତି ନେବି ବୋଲି ପ୍ରଭାତ କହିଛନ୍ତି।

