Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରହଣରେ ସନ୍ତାନ ଜନ୍ମ ହେବା ଶୁଭ ନା ଅଶୁଭ? ଏହା ଅନ୍ଧ ବିଶ୍ୱାସ ନା ରହିଛି ସତ୍ୟତା!

ସନାତନ ଧର୍ମରେ, ଚନ୍ଦ୍ର ଗ୍ରହଣ କିମ୍ବା ସୂର୍ଯ୍ୟ ପରାଗକୁ ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ଜ୍ୟୋତିଷ ଘଟଣା ଭାବରେ ବିବେଚନା କରାଯାଏ।ତେବେ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ରଗ୍ରହଣ ଉଭୟକୁ ନେଇ ସମାଜରେ ବିଭିନ୍ନ ବିଶ୍ୱାସ ରହି ଆସିଛି |

କିଛି ଲୋକେ ଏହାକୁ ଏହାକୁ ଅଶୁଭ ବୋଲି ମାନୁଥିବା ବେଳେ ଆଉ କିଛି ଏହାକୁ କେବଳ ବୈଜ୍ଞାନିକ କାରଣ ଆଧାରରେ ମାନିଥାନ୍ତି । ଗ୍ରହଣକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳିଥାଏ | ବିଶେଷକରି, ଗ୍ରହଣ ଦିନ ଜନ୍ମ ଗ୍ରହଣ କରୁଥିବା ପିଲାମାନଙ୍କ ବିଷୟରେ ଏକ ଅଦ୍ଭୁତ୍ତ ବିଶ୍ୱାସ ଶୁଣିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଯେ, ଗ୍ରହଣ ଦିନ ଜନ୍ମ ଗ୍ରହଣ କରୁଥିବା ପିଲାମାନଙ୍କ ଭାଗ୍ୟରେ କଣ ଥାଏ ଭଲ ନା ଖରାପ?

ସୂର୍ଯ୍ୟ ପରାଗ: ଧାର୍ମିକ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟପରାଗ ଦିନ ଜନ୍ମ ହୋଇଥିବା ପିଲାମାନେ ଆତ୍ମବିଶ୍ୱାସୀ, ନିର୍ଭୀକ ଏବଂ ଶକ୍ତିଶାଳୀ ହୋଇଥାନ୍ତି। ସେମାନେ କୌଣସି କଷ୍ଟ କିମ୍ବା ସମସ୍ୟାକୁ ସାମ୍ନା କରିବାକୁ ଭୟଭୀତ ହୁଅନ୍ତି ନାହିଁ, ବରଂ ପ୍ରତ୍ୟେକ ପରିସ୍ଥିତିକୁ ସାହସର ସହିତ ସାମ୍ନା କରନ୍ତି।

ଏହା ସହିତ ସେମାନଙ୍କ ଠାରେ ନେତୃତ୍ୱ କ୍ଷମତା ମଧ୍ୟ ଦେଖିବାକୁ ମିଳିଥାଏ । ସେମାନେ ସିଧାସଳଖ ଏବଂ ସ୍ପଷ୍ଟ ଭାବରେ ନିଜର ମତ ରଖନ୍ତି , ଏବଂ ସେମାନଙ୍କର ମତକୁ ଗୁରୁତ୍ୱ ମଧ୍ୟ ଦିଆଯାଇଥାଏ | ତେବେ ସେମାନେ ସେମାନଙ୍କ ଯୁବାବସ୍ଥାରେ କ୍ୟାରିଅର ଏବଂ ଆର୍ଥିକ ସମ୍ପର୍କିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ଏହା ମଧ୍ୟ ବିଶ୍ୱାସ ରହିଛି ଯେ, ସୂର୍ଯ୍ୟପରାଗ ଦିନ ଜନ୍ମିତ ପିଲାମାନେ ଯଦି କିଛି ହାସଲ କରିବା ପାଇଁ କଠିନ ପରିଶ୍ରମ କରନ୍ତି, ତେବେ ସେମାନେ ବହୁତ କମ ସମୟ ମଧ୍ୟରେ ବହୁତ ସେ ସଫଳତା ହାସଲ କରିପାରିବେ। କିନ୍ତୁ, ସେମାନଙ୍କର ପ୍ରାୟ ସମୟରେ ନିଜ ପିତାଙ୍କ ସହ ବିବାଦ କିମ୍ବା ଯୁକ୍ତିତର୍କ ହୋଇଥାଏ।

ଚନ୍ଦ୍ରଗ୍ରହଣ: ଧାର୍ମିକ ଶାସ୍ତ୍ର ଅନୁସାରେ, ଚନ୍ଦ୍ରଗ୍ରହଣ ଦିନ ଜନ୍ମ ହୋଇଥିବା ପିଲାମାନେ ସତ୍ୟବାଦୀ ହୋଇଥାନ୍ତି | ସେମାନେ ଛଳନା, କପଟ ଠାରୁ ନିଜକୁ ବହୁ ଦୂରରେ ରଖିଥାନ୍ତି | ତଥାପି, ସେମାନେ ସହଜରେ ଭାବପ୍ରବଣ ହୋଇଯାଆନ୍ତି ଏବଂ ଛୋଟ ଛୋଟ କଥାରେ ଆଘାତ ପାଇଥାନ୍ତି । ସେମାନଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୁଣ ହେଉଛି ଯେ ସେମାନେ କାହାର ସାହାଯ୍ୟ ବିନା କ୍ୟାରିୟରରେ ବଡ ସଫଳତା ହାସଲ କରନ୍ତି।

ଏହା ମଧ୍ୟ ବିଶ୍ୱାସ ରହିଛି ଯେ, ଚନ୍ଦ୍ରଗ୍ରହଣ ଦିନ ଜନ୍ମିତ ପିଲାମାନଙ୍କର ସ୍ୱାସ୍ଥ୍ୟ ଖରାପ ଥାଏ। ସେମାନେ ବହୁତ କମ୍ ବୟସରେ ରୋଗର ଶିକାର ହୋଇଥାନ୍ତି । ବିଶେଷକରି, ସେମାନେ ମାନସିକ ଭାବରେ ରୋଗାଗ୍ରସ୍ତ ହୁଅନ୍ତି ବୋଲି ବିଶ୍ୱାସ କରାଯାଏ |

ତେବେ ଚିକିତ୍ସା ବିଜ୍ଞାନ ଅନୁଯାୟୀ, ଗର୍ଭସ୍ଥ ଶିଶୁର ବିକାଶ ମାତୃଦେହର ଜୈବ ପ୍ରକ୍ରିୟା, ପୋଷଣ, ଜନ୍ମଗତ ଗୁଣ ଓ ପରିବେଶୀୟ କାରଣରୁ ପ୍ରଭାବିତ ହୁଏ; ଚନ୍ଦ୍ରଗ୍ରହଣ ସହିତ ଏହାର କୌଣସି ସମ୍ପର୍କ ନାହିଁ। ଏନେଇ ବିଶ୍ୱର କୌଣସି ଗବେଷଣା ଗ୍ରହଣ ଓ ଜନ୍ମଜାତ ତ୍ରୁଟିକୁ ନେଇ ସମ୍ପର୍କିତ ତଥ୍ୟ ଦେଇନାହିଁ | ଆଜିର ବିଜ୍ଞାନ ଯୁଗରେ ଆମେ ଯଥାର୍ଥ ତଥ୍ୟ ଏବଂ ଯୁକ୍ତିକୁ ଗ୍ରହଣ କରିବା ଉଚିତ। ଚନ୍ଦ୍ରଗ୍ରହଣ ଏକ ସୁନ୍ଦର ଓ ଆକର୍ଷଣୀୟ ଭୌଗଳିକ ଘଟଣା, ଯାହାକୁ ନିରାପଦ ଭାବେ ଦେଖାଯାଇପାରେ। ଶିଶୁ କିମ୍ବା ଗର୍ଭବତୀ ମହିଳାଙ୍କୁ ଏହାଦ୍ୱାରା କୌଣସି କ୍ଷତି ହୁଏ ନାହିଁ, ତେଣୁ ଭୟ ନୁହେଁ, ବରଂ ବୈଜ୍ଞାନିକ ଜ୍ଞାନ ହିଁ ଆମର ମାର୍ଗଦର୍ଶକ ହେବା ଉଚିତ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ