Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଗକୁ ହେବ ପ୍ରବଳ ଖରା ! ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଏବଂ ବିଶ୍ୱବିଦ୍ୟାଳୟ ପାଇଁ ଜାରି ହୋଇଛି SOP

ଭୁବନେଶ୍ବର,୨|୩: ମାର୍ଚ୍ଚ ମାସ ଆରମ୍ଭରୁ ଦେଶର ଅନେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ଅନୁଭୂତ ହେଲାଣି |ଦିନର ତାପମାତ୍ରାରେ ବୃଦ୍ଧି ଦେଖାଦେଇଛି | ତେବେ କିଛି ଦିନ ପୂର୍ବରୁ ଆଗକୁ ହିଟଓ୍ୱେଭ୍ ର ମାତ୍ରା ବଢିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି ହୋଇଥିଲା | ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଉଚ୍ଚଶିକ୍ଷା ବଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟମାନଙ୍କ ପାଇଁ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି | ଏନେଇ ବିଶ୍ୱବିଦ୍ୟାଳୟର ରେଜିଷ୍ଟର ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ତରଫରୁ ଚିଠି ପଠାଯାଇଛି |

ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ସାମ୍ନା କରିବା ପାଇଁ ଛାତ୍ର, ଶିକ୍ଷକ ଏବଂ କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପ୍ରାଥମିକତା | ଏନେଇ ପ୍ରସ୍ତୁତି ଏବଂ ସତର୍କତାମୂଳକ ପଦକ୍ଷେପ ସୁନିଶ୍ଚିତ କରିବା ପାଇଁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ଜାରି ହୋଇଥିବା SOP ଅନୁଯାୟୀ, ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ କ୍ଲାସ, ଇଣ୍ଟର୍ନାଲ ଏଗ୍ଜାମ ଓ ପରୀକ୍ଷା ସକାଳ ସମୟରେ ଆୟୋଜନ କରିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଅପରାହ୍ନରେ ଛାତ୍ରଛାତ୍ରୀମାନେ ବାହାରେ ଖେଳକୁଦ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଉଚ୍ଚଶିକ୍ଷାନୁଷ୍ଠାନ କ୍ୟାମ୍ପସ, କମନ ରୁମ୍, ହଷ୍ଟେଲ ଏବଂ ପରୀକ୍ଷାକେନ୍ଦ୍ର ଗୁଡିକରେ ପାନୀୟ ଜଳ ବ୍ୟବସ୍ଥା କରିବା ସହ ଓଆରଏସ (ORS- Oral Rehydration Salt) ରଖିବା ପାଇଁ କୁହାଯାଇଛି । ଏଥିସହ କଲେଜ ଏବଂ ପରୀକ୍ଷା କେନ୍ଦ୍ରମାନଙ୍କରେ ଫାଷ୍ଟଏଡ଼ କିଟ୍ ରଖିବା ସହ ଆଶୁ ଚିକିତ୍ସା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି |

ସେପଟେ, ମାର୍ଚ୍ଚ ୬ ରୁ ୧୨ ତାରିଖ ମଧ୍ୟରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରା ପ୍ରାୟ ୩୬ ରୁ ବୃଦ୍ଧି ପାଇ ୩୮ ଡିଗ୍ରୀ ସେଲସିୟସ ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି | ଏହାସହିତ ରାଜ୍ୟର କିଛି ସ୍ଥାନରେ ପ୍ରାୟ ୩୪ରୁ ୩୬ଡିଗ୍ରୀ ସେଲସିୟସ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ