Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସୁଛି ରଙ୍ଗର ପର୍ବ ହୋଲି; ସୁରକ୍ଷାକୁ ଦୃଷ୍ଟିରେ ରଖି କଟକରେ ୨୦ପ୍ଲାଟୁନ ଫୋର୍ସ ନିୟୋଜିତ!

ଭୁବନେଶ୍ୱର,୨|୩ : ଆଉ ମାତ୍ର ଗୋଟିଏ ଦିନ ରହିଲା । ଏଇ ବୁଧବାର ଦିନ ହେବ ହୋଲି ମହୋତ୍ସବ । ଏନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ବଜାରରେ ଗୁଲାଲ, ପାଣି ବାଲୁନ୍, ଓ ପିଚକାରିର ଚାହିଦା ବଢ଼ିଛି । ରଙ୍ଗର ପର୍ବ ହୋଲି । ରଙ୍ଗ ଖେଳରେ ମାତିବେ ପିଲାଠୁ ବଡ ପର୍ଯ୍ୟନ୍ତ | ତେବେ ହୋଲିକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ କଟକରେ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ହୋଲିରେ ହେଉଥିବା ଅପରାଧକୁ ଦୃଷ୍ଟିରେ ରଖି କଟକ ସହରରେ ମୁତୟନ ହେବେ ୨୦ ପ୍ଲାଟୁନ ପୋଲିସ ଫୋର୍ସ | ବିଭିନ୍ନ ଗଳିକନ୍ଦିରେ ବାଇକ୍ ପାଟ୍ରୋଲିଂ କରିବ ପୋଲିସ । ମଦ ପିଇ ହୋଲି ଖେଳିଲେ କି ଗାଡ଼ି ଚଳାଇଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ତେବେ ହୋଲି ଖେଳିବା ସମୟରେ କୌଣସି ଜନସାଧାରଣଙ୍କୁ ହଇରାଣ ନକରି ହୋଲି ଖେଳିବାକୁ କଟକ ଡିସିପି ପରାମର୍ଶ ଦେଇଛନ୍ତି |

ହୋଲି ଖେଳି ସାରି ଅନେକ ନଦୀକୁ ଗାଧୋଇବା ପାଇଁ ଯାଇଥାନ୍ତି | ଆଉ ନଦୀରେ ଗାଧୋଇବା ସମୟରେ ଘଟିଥାଏ ବିଭିନ୍ନ ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାକୁ ରୋକିବା ପାଇଁ କଟକ ଅଗ୍ନିଶମ ବାହିନୀ ରଖିଛି କଡା ନଜର | କଟକର ବିଭିନ୍ନ ନଦୀରେ ବୋଟ୍ ପାଟ୍ରୋଲିଂ ସହ ବିଭିନ୍ନ ଘାଟରେ ମୁତୟନ ହେବେ ୭୦ରୁ ଉର୍ଦ୍ଧ୍ବ ଅଗ୍ନିଶମ କର୍ମଚାରୀ । ଏହାସହିତ ଯେଉଁଠାରେ ଗଭୀର ପାଣି ଅଛି ବା ପହଁରା ଜାଣିନଥିବା ଲୋକମାନେ କିଭଳି ନଦୀ ଭିତରୁ ନ ଯିବେ ସେ ନେଇ ସଚେତନ ମଧ୍ୟ କରାଯିବ ବୋଲି କଟକ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ