ସ୍ୱାମୀ ଓ ସ୍ତ୍ରୀଙ୍କ ହାତଗୋଡ଼ ବାନ୍ଧି ପକାଇଲେ; ଲୁଟିନେଲେ ୧୫ ଭରି ସୁନା ଅଳଙ୍କାର ସହ ନଗଦ ୭ ଲକ୍ଷ ଟଙ୍କା
ଝାରସୁଗୁଡ଼ା,୩।୨: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ତାଲମୁଣ୍ଡାରେ ଏକ ଡକାୟତି ହୋଇଛି। ଯେଉଁଠି ସ୍ୱାମୀ ଓ ସ୍ତ୍ରୀଙ୍କୁ ମାଡ ମାରିବା ସହିତ ତାଙ୍କ ହାତଗୋଡ଼ ବାନ୍ଧି ପକାଇ ଦେଇଛନ୍ତି ଆଉ ଲୁଟିନେଇଛନ୍ତି ୧୫ ଭରି ସୁନା ଅଳଙ୍କାର ସହ ପ୍ରାୟ ୭ ଲକ୍ଷ ଟଙ୍କା । ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କୁ ଆହତ କରି ଦୃର୍ବୁତ୍ତ ଲୁଟିନେଇଛନ୍ତି ୧୫ ଭରି ସୁନା ଅଳଙ୍କାର ସହିତ ପ୍ରାୟ ୬ ଲକ୍ଷରୁ ଅଧିକା ଟଙ୍କା। ସୂଚନା ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ତାଳମୁଣ୍ଡା ଗ୍ରାମର ପ୍ରକାଶ ନାଏକ ଓ ତାଙ୍କ ପତ୍ନୀ ଝିଲି ନାଏକ ଘରେ କାଲି ରାତିରେ ଶୋଇଥିବା ବେଳେ ରାତ୍ରି ପ୍ରାୟ ୧ଟା ପାଖାପାଖି ୫ ଜଣ ମୁଖା ପିନ୍ଧା ଯୁବକ ଘରର କବାଟ ଭାଙ୍ଗି ଜୋରଜବରଦସ୍ତି ଘର ଭିତରକୁ ପଶିଥିଲେ। ଦୃର୍ବୁତ୍ତ ମାନେ ଉଭୟଙ୍କ ହାତ ଗୋଡ଼ ବାନ୍ଧି ଦେଇ ଖଣ୍ଡା , ବନ୍ଧୁକର ଭୟ ଦେଖାଇ ଘରେ ଥିବା ୭ ଲକ୍ଷ ନଗଦ ଟଙ୍କା ସମେତ ପିନ୍ଧିଥିବା ସୁନା ଗହଣା ଓ ଗଡରେଜ୍ ଭିତରେ ଥିବା ସୁନାଗହଣା ନେଇ ସେଠାରୁ ଫେରାର ହୋଇ ଯାଇଥିଲେ ।
ଏହି ଘଟଣାରେ ଡକାୟତଙ୍କ ଖଣ୍ଡାର ଆକ୍ରମଣରେ ପ୍ରକାଶ ନାଏକଙ୍କ ଦୁଇ କାନ୍ଧରେ କ୍ଷତ ହୋଇଛି । ଏହାସହିତ ଦୁଇ ଜଣଙ୍କର ମୋବାଇଲକୁ କଚାଡ଼ି ଭାଙ୍ଗି ମଧ୍ୟ ଦେଉଥିଲେ ଦୃର୍ବୁତ୍ତ । ସୂଚନା ପାଇ ଝାରସୁଗୁଡା ଏସପି, ଏସଡିପିଓ, ଲଇକେରା ଥାନା ଅଧିକାରୀ ଏବଂ ସାଇଣ୍ଟଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

