Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓମାନର ଜାହାଜ ଉପରେ ଇରାନର ବଡ଼ ଆକ୍ରମଣ: ୩ ଭାରତୀୟଙ୍କ ମୃତ୍ୟୁ  

ତେହେରାନ୍,୩।୩: ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅଲି ଖେମିନିଙ୍କ ମୃତ୍ୟୁ ହୋଇଛି । ଏହାପରେ ଇରାନ ଓମାନର ସାମୁଦ୍ରିକ ଜାହାଜ ଉପରେ ଭୟଙ୍କର ଆକ୍ରମଣ କରିଛି। ଏହି ଆକ୍ରମଣରେ ତିନି ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହେଇଥିବା ସୂଚନା ରହିଛି। ଏହାପରେ ଜାହାଜରୁ ଆହତ ଭାରତୀୟମାନଙ୍କୁ ବାହାର କରିବା ପାଇଁ ଓମାନ ପ୍ରଶାସନ ପ୍ରୟାସ ଜାରି ରହିଛି।

ସୂଚନା ଅନୁସାରେ, ମାର୍ଶାଲ ଦ୍ବୀପପୁଞ୍ଜ-ପତାକାଯୁକ୍ତ ‘ଏମକେଡି ବ୍ୟୋମ୍’ ଜାହାଜ ମସ୍କଟଠାରୁ ପ୍ରାୟ ୫୨ ନଟିକାଲ ମାଇଲ ଦୂରରେ ଥିବା ବେଳେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ଓମାନରେ ଥିବା ଭାରତୀୟ ଦୂତାବାସ ଗଭୀର ଶୋକ ପ୍ରକାଶ କରିଛି।

ଅନ୍ୟପଟେ, ପଶ୍ଚିମ ଏସିଆରେ ଶତ୍ରୁତା ଯୋଗୁଁ ହର୍ମୁଜ୍ ପ୍ରଣାଳୀ ଦେଇ ତେଲ ଓ ଗ୍ୟାସ ଟ୍ୟାଙ୍କରଗୁଡ଼ିକର ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହାଦ୍ବାରା ବିଶ୍ବରେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଘଟିଛି। ଆମେରିକାର ତୈଳ ମୂଲ୍ୟ ୭.୬ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା ୭୨.୧୨ ଡଲାରରେ ପହଞ୍ଚିଛି । ଯେତେବେଳେ କି ଆନ୍ତର୍ଜାତୀୟ ବେଞ୍ଚମାର୍କ ବ୍ରେଣ୍ଟ ଅଶୋଧିତ ତୈଳ ୮.୬ ପ୍ରତିଶତ ବୃଦ୍ଧି ପାଇ ୭୯.୧୧ ଡଲାର ଛୁଇଁଛି। ଏହି ଉତ୍ତେଜନା କାରଣରୁ ଏକ ପ୍ରମୁଖ ଏଲଏନଜି ଯୋଗାଣକାରୀ କାତାର ଉତ୍ପାଦନ ବନ୍ଦ କରିଦେଇଛି । ଯାହା ଫଳରେ ୟୁରୋପରେ ପ୍ରାକୃତିକ ଗ୍ୟାସ ମୂଲ୍ୟ ୪୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ