ବିଜୁ ବାବୁ ଜଣେ ପ୍ରକୃତ ରାଜନେତା ; ନାମାଙ୍କନ ଦାଖଲ ପୂର୍ବରୁ ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କଭାବବିହ୍ୱଳ ଟ୍ୱିଟ
ଭୁବନେଶ୍ୱର ,୫|୨: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ | ବିଜେପିରୁ ଶ୍ରୀ ମନ ମାନ ସାମଲ ଏବଂ ଶ୍ରୀ ସୁଜିତ କୁମାରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ବିଜେଡି ପକ୍ଷରୁ ସଂତୃପ୍ତ ମିଶ୍ର ଏବଂ ଦତ୍ତେଶ୍ୱର୍ ହୋତାଙ୍କ ନାମରେ ରାଜ୍ୟସଭା ପ୍ରାର୍ଥୀ ଭାବେ ବାଜିଛି ମୋହର | ଅନ୍ୟପଟେ, ବିଜେପି ନେତା ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ସୂଚନା ଦେଇଛନ୍ତି | ଆଜି ନାମାଙ୍କନ ଦାଖଲର ତାରିଖ ରହିଛି | ସ୍ୱାଧୀନ ପାର୍ଥି ଭାବେ ନାମାଙ୍କନ ଦାଖଲ କରିବେ ଦିଲ୍ଲୀପ ରାୟ | ତେବେ ନାମାଙ୍କନ ଦାଖଲ କରିବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଜେପି ନେତା ଦିଲ୍ଲୀପ ରାୟ ଶ୍ରଦ୍ଧାଞ୍ଜଳି ଏକ ଭାବିହ୍ଵଳ ଟ୍ୱିଟ କରିଛନ୍ତି | ଯେଉଁଥିରେ ସେ ଲେଖିଛନ୍ତି, ‘ଆଜି ମୋର ପ୍ରିୟ ନେତା ବିଜୁ ବାବୁଙ୍କ ଜନ୍ମବାର୍ଷିକୀ ଦିବସ | ବିଜୁ ବାବୁ ଜଣେ ସାହସୀ ଏବଂ ପ୍ରକୃତ ରାଜନେତା |’ ସେ ଆହୁରି କହିଛନ୍ତି ଯେ , ‘ମାର୍ଚ୍ଚ ୫ କେବଳ ଏକ କ୍ୟାଲେଣ୍ଡରର ତାରିଖ ନୁହେଁ ବରଂ ସ୍ମୃତି, ଶକ୍ତି, ମାର୍ଗଦର୍ଶନ ଏବଂ କୃତଜ୍ଞତାର ଏକ ଅପୂର୍ବ ଭାବନାକୁ ମନେ ପକାଉଛି । ସେ ଦଳୀୟ ସୀମା ଏବଂ ବିଚାରଧାରାର ବହୁ ଉର୍ଧ୍ଵରେ ଥିଲେ | ତାଙ୍କ ଜୀବନ ସାହସ, ସ୍ୱାଭିମାନ ଏବଂ ନିର୍ଭୀକ ସେବାର ବାର୍ତ୍ତା ଥିଲା।’ ସେ ଆତ୍ମବିଶ୍ୱାସ ଏବଂ ଗର୍ବର ସହିତ ଓଡିଶା ଛିଡା ହେବା ପାଇଁ ଦିନେ ସ୍ବପ୍ନ ଦେଖିଥିଲେ | ତାଙ୍କର ଗଭୀର ରାଜନୀତି ଜ୍ଞାନ ମତେ ବହୁତ ପ୍ରେରଣା ଦେଇଛି | କେବଳ ଓଡ଼ିଶାର ଭାଗ୍ୟକୁ ନୁହେଁ, ବରଂ ସାର୍ବଜନୀନ ଜୀବନରେ ମୋର ନିଜ ଯାତ୍ରାକୁ ମଧ୍ୟ ଗଢ଼ି ତୋଳିଥିଲେ।
ମୁଁ ଓଡିଶା ଜନସାଧାରଣଙ୍କ ଆଶୀର୍ବାଦ ଚାହୁଁଛି ଏବଂ ବିଶେଷକରି ବିଜୁ ବାବୁଙ୍କ ରାଜନୈତିକ ସେବା ଏବଂ ଦୃଷ୍ଟିକୋଣ ଦ୍ୱାରା ଅନୁପ୍ରାଣିତ ହୋଇଥିବା ସମସ୍ତକଙ୍କ ସମର୍ଥନ ଚାହୁଁଛି। ଆପଣ ମାନଙ୍କ ବିଶ୍ୱାସ ଏବଂ ଉତ୍ସାହ ଆମ ରାଜ୍ୟର ସେବା କରିବା ପାଇଁ ମୋର ସଂକଳ୍ପକୁ ସଚ୍ଚୋଟତାର ସହିତ ମଜବୁତ କରିବ। ଏହି ପବିତ୍ର ଦିନରେ, ମୁଁ ମୋର ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ଏବଂ ସେ ସ୍ବପ୍ନ ଦେଖିଥିବା ଓଡ଼ିଶା ପାଇଁ ଅକ୍ଳାନ୍ତ ଭାବରେ କାମ କରିବା ପାଇଁ ମୋର ପ୍ରତିବଦ୍ଧତାକୁ ନବୀକରଣ କରୁଛି।

