Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ ; କିଏ କାହାକୁ କରିବ ସମର୍ଥନ?

ଭୁବନେଶ୍ୱର,୫|୩: ଆସନ୍ତା ମାର୍ଚ୍ଚ ୧୬ରେ ହେବ ରାଜ୍ୟସଭା ନିର୍ବଚନ | ଏନେଇ ମାର୍ଚ୍ଚ ୫ ଅର୍ଥାତ ଆଜି ହେବ ନାମଙ୍କନ ଦାଖଲ | ୪ଟି ଆସନ ପାଇଁ ୫ ପ୍ରାର୍ଥୀ ଭରିବେ ନାମାଙ୍କନ | ବିଜେପି ପକ୍ଷରୁ ଶ୍ରୀ ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କୁ ପ୍ରଥମ ଦ୍ଵିତୀୟ ଆସନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ତୃତୀୟ ଆସନ ପାଇଁ ବିଜେଡିରୁ ସଂତୃପ୍ତ ମିଶ୍ରଙ୍କ ନାମରେ ବାଜିଛି ମୋହର | କିନ୍ତୁ ରୋଚକ ପୂର୍ଣ୍ଣ କଥା ହେଊଛିଯେ, ଚତୁର୍ଥ ଆସନକୁ ପ୍ରକୃତରେ କିଏ ହାତେଇବ? ପୂର୍ବର ରାଜନୈତିକ ଗଣନା ଅନୁସାରେ , ଦୁଇଟି ଆସନ ବିଜେପି ସହଜରେ ନିଜ ନାଁରେ କରିନେବ ଏବଂ ବିଜେଡ଼ିକୁ ଗୋଟିଏ ଆସନ ମିଳିବା ସୁନିଶ୍ଚିତ | ଅର୍ଥାତ ତୃତୀୟ ଆସନ ପାଇଁ ସଂତୃପ୍ତ ମିଶ୍ର ବିଜୟୀ ହେବା ସୁନିଶ୍ଚିତ | ଅନ୍ୟପଟେ ଲଢେଇ ହେବ ଚତୁର୍ଥ ଆସନକୁ ନେଇ |

ତିନୋଟି ଆସନ ବିଜେଡି ଏବଂ ବିଜେପିକୁ ମିଳିବ ସୁନିଶ୍ଚିତ ଥିବା ବେଳେ ଚତୁର୍ଥ ଆସନ କାହା ଖାତାକୁ ଯିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | କାରଣ ଚତୁର୍ଥ ଆସନ ପାଇଁ ବିଜେଡି ପକ୍ଷରୁ ଦତ୍ତେଶ୍ବର ହୋତାଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ଅପରପକ୍ଷରେ ବିଜେପି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ନାମାଙ୍କନ ଦାଖଲ କରିବେ | ଏଥିରୁ ସ୍ପଷ୍ଟ ହେଉଛି ଯେ,ଦତ୍ତେଶ୍ବର ହୋତା ଏବଂ ଦିଲ୍ଲୀପ ରାୟଙ୍କ ଭିତରେ ଜୋରଦାର ଲଢେଇ ଆରମ୍ଭ ହେବ |

ରାଜ୍ୟସଭା ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା ପାଇଁ ଭାରତର ନିର୍ବାଚନ କମିସନ ଓଡ଼ିଶା ବିଧାନସଭାର ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଧିକାରୀ ଭାବେ ନିୟୋଜିତ କରିଛନ୍ତି।ତେବେ ଏ ଲଢେଇ ମଧ୍ୟରେ ଚତୁର୍ଥ ସିଟ କାହା କାହାତକୁ ଯିବ ତାହା ଆଗାମୀ ସମୟ କହିବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ