Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଶ୍ରୀ ମନମୋହନ ସାମଲ ଏବଂ ସୁଜିତ କୁମାର

ଭୁବନେଶ୍ଵର ୫|୩,: ରାଜ୍ୟସଭା ଆସନ ପାଇଁ ବିଜେପି ପକ୍ଷରୁ ନାମାଙ୍କନ ଦାଖଲ କଲେ ଶ୍ରୀ ମନମୋହନ ସାମଲ ଏବଂ ସୁଜିତ୍ କୁମାର | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ମନମୋହନ ସାମଲ ଏବଂ ସୁଜିତ୍ କୁମାର ନାମାଙ୍କନ ଦାଖଲ କରିଛନ୍ତି। ଏହାସହିତ ସ୍ଵାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ଭରିଛନ୍ତି ନାମାଙ୍କନ । ଆଜି ବିଜେପି ପାର୍ଟି ଅଫିସ୍‌ରୁ ମନମୋହନ ସାମଲ ଏବଂ ଦ୍ବିତୀୟ ପ୍ରାର୍ଥୀ ସୁଜିତ କୁମାର ନିଜ ସମର୍ଥକଙ୍କ ସହ ପାର୍ଟି ଅଫିସରୁ ବାହାରି ବିରାଟ ପଟୁଆରରେ ଉଭୟ ନାମାଙ୍କନ ଭରିବା ପାଇଁ ଆସିଥିଲେ। ଏବଂ ନାମାଙ୍କନ ଭରିବା ପୂର୍ବରୁ ରାମ ମନ୍ଦିର ଯାଇ ଆଶୀର୍ବାଦ କାମନା କରିଥିଲେ ।

ଅନ୍ୟପଟେ,ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା ମଧ୍ୟ ସକାଳେ ନାମାଙ୍କନ ଭରିଛନ୍ତି। ନାମାଙ୍କନ ଭରିବା ସମୟରେ ବିଜେଡି ସୁପ୍ରିମୋ ଏବଂ କଂଗ୍ରେସର ସଭାପତି ଏବଂ ଉଭୟ ବିଜେଡି ଏବଂ ବିଜେପିର ସଦସ୍ୟମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଏହାସହିତ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିଥିଲେ ବୋଲି ସୂଚନା ମିଳିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ